ମଦ୍ୟପଙ୍କ ପାଇଁ କୋଠର ହୋଇଛନ୍ତି ନୀତିଶ, କହିଲେ ଏମିତି

0

ପାଟନା:  ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ପ୍ରସଙ୍ଗରେ ବିଧାନସଭା ଅଧିବେଶନରେ କହିଛନ୍ତି। ନୀତୀଶ କହିଛନ୍ତି ଯେ ବିହାରରେ ମଦ୍ୟପାନ କରିବା ପରେ ଯଦି କେହି ମରିଯାଏ ତେବେ ସରକାର କ୍ଷତିପୂରଣ ଦେବେ ନାହିଁ। ସେ କହିଛନ୍ତି, “ଯଦି କେହି ମଦ୍ୟପାନ କରେ ଏବଂ ବିଷାକ୍ତ ମଦ ପିଇବ, ତେବେ ସିଏ ମରିବ। ଯଦି କେହି ମଦ୍ୟପାନ କରିବା ପରେ ମରିଯାଏ, ତା’ହେଲେ ତାଙ୍କ ପ୍ରତି ଦୟା ଦେଖାଇବା ଉଚିତ୍ ନୁହେଁ। ଲୋକଙ୍କୁ ମଦ୍ୟପାନରୁ ବାରଣ କରାଯିବା ଉଚିତ୍।” ବିହାରରେ ବିଷାକ୍ତ ମଦ ମାମଲାରେ ଛପରା ସମେତ ଅନେକ ଜିଲ୍ଲାରେ ଶୁକ୍ରବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୫୦ ରେ ପହଞ୍ଚିଛି।

ଛପରା ମଦମୃତ୍ୟୁ ମାମଲାରେ ଗୁରୁବାର ଦିନ ଦୁଇ ପୁଲିସ ଅଧିକାରୀ ରିତେଶ ମିଶ୍ର ଏବଂ କନଷ୍ଟେବଳ ବିକାଶ ତିୱାରୀଙ୍କୁ ନିଲମ୍ବିତ କରାଯାଇଛି। ଅନ୍ୟପଟେ ଭାରତୀୟ ଜନତା ପାର୍ଟି ସାଂସଦ ସୁଶୀଲ ମୋଦୀ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ କହିଛନ୍ତି। ବିଧାନସଭାରେ ନୀତୀଶ କୁମାରଙ୍କ କରିଥିବା ଆଚରଣ ପାଇଁ କ୍ଷମା ମାଗିବା ଉଚିତ ବୋଲି ସୁଶୀଲ କହିଛନ୍ତି | ଉଲ୍ଲେଖ ଥାଉ କି ଗତକାଲି ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଥିଲେ ଯେ, ଯିଏ ମଦ ପିଇବ ସିଏ ମରିବ। ଯେଉଁ ଲୋକ ମଦ ପିଇବ ତାହାର ମୃତ୍ୟୁ ହେବ।

Leave A Reply

Your email address will not be published.