ନବୀନଙ୍କୁ ଭେଟିବା ପାଇଁ ଭୁବନେଶ୍ୱରରେ ନୀତିଶ

0

ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱର ବିମାନବବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ନବୀନ ନିବାସ ନିଆଯାଇଛି । ଯେଉଁଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ରାଜନୈତିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ପ୍ରକାଶ ଯେ ନୀତିଶ କୁମାର, ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିପାରନ୍ତି । ତେବେ ନବୀନଙ୍କ ସହ କଣ ଆଲୋଚନା କରିବେ ନୀତିଶ, ଏହାକୁ ନେଇ ରାଜନୀତି ମହଲରେ ଜୋରଦାର ଚର୍ଚ୍ଚା । କୁହାଯାଉଛି ତୃତୀୟ ସାମୁଖ୍ୟ ସମ୍ପର୍କରେ ନୀତିଶ, ନବୀନଙ୍କ ସହ ଆଲୋଚନା କରିପାରନ୍ତି । ବିଜେପି ବିରୋଧରେ ଏକ ମେଣ୍ଟର ସମୀକରଣ ପ୍ରସ୍ତୁତ କରିବାକୁ ନୀତିଶ ଜାରି ରଖିଛନ୍ତି କସରତ। ଏହି କ୍ରମରେ ସେ କୋଲକାତା ଯାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ।ସେହିପରି ଲକ୍ଷ୍ମୌରେ ଅଖିଳେଶ ଯାଦବଙ୍କୁ ଭେଟିଥିଲେ। ନୀତିଶଙ୍କ ଓଡ଼ିଶା ମିଶନ ନେଇ ରାଜ୍ୟ ରାଜନୀତିରେ ମଧ୍ୟ ନାନା ଚର୍ଚ୍ଚା ଜାରି ରହିଛି।

Leave A Reply

Your email address will not be published.