ପାଟନା (ଆମ ଟିଭି): ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର । ଏହା ସହିତ ଉପ-ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ। ରାଜଭବନ ରାଜ୍ୟପାଳ ଫାଗୁ ଚୌହ୍ଵାନ ମୁଖ୍ୟମନ୍ତ୍ରୀ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ଏହି ଅବସରରେ ତେଜସ୍ୱୀ ଯାଦବଙ୍କ ପତ୍ନୀ ସାଙ୍ଗରେ ଥିଲେ। ନୀତୀଶ କୁମାର ୨୦୦୦ ମସିହାରେ ୭ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ୨୨ ବର୍ଷ ମଧ୍ୟରେ ଏହାକୁ ମିଶାଇ ୮ ଥର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଲେଣି। କେବଳ ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ଶପଥ ନେଇଛନ୍ତି । ମନ୍ତ୍ରୀମଣ୍ଡଳର ଶପଥ ନେଇନଥିବା ବେଳେ ପରବର୍ତ୍ତୀ ପର୍ୟ୍ୟାୟରେ କ୍ୟାବିନେଟ୍ ମନ୍ତ୍ରିମଣ୍ଡଳ ଶପଥ ନେବେ ବୋଲି ସୂଚନା ରହିଛି ।