ପୁଣି ଏକ ଦୁର୍ଘଟଣାରୁ ବାର୍ତ୍ତିଲେ ନୀତିଶ କୁମାର

0

ପାଟନା:  ନିଜ ସହଯୋଗୀ ମନ୍ତ୍ରୀ ତଥା ଅନ୍ୟାନ୍ୟ କାର୍ଯ୍ୟାଳୟର ଅଧିକାରୀଙ୍କ ସହ ଛଠ ଘାଟ ଯାଞ୍ଚ କରୁଥିବାବେଳେ ନୀତୀଶ କୁମାରଙ୍କ ଡଙ୍ଗା ଦୁର୍ଘଟଣାର ଶିକାର ହୋଇଥିଲା। ତେବେ ଏହି ଘଟଣା ପରେ କେହି ଆହତ ହୋଇନଥିବା ଜଣାପଡ଼ିଛି।

ନ୍ୟୁଜ୍ ଏଜେନ୍ସି ଏଏନଆଇ ଦେଇଥିବା ସୂଚନା ଅନୁଯାୟୀ, ଛଠ ଘାଟ ଯାଞ୍ଚ କରୁଥିବାବେଳେ ନୀତୀଶ କୁମାରଙ୍କ ଡଙ୍ଗା ଜେପି ସେତୁର ସ୍ତମ୍ଭରେ ପିଟି ହୋଇଯାଇଥିଲା। ତେବେ ଘଟଣା ପରେ ଡଙ୍ଗାରେ ଥିବା ସମସ୍ତ ଲୋକ ସୁରକ୍ଷିତ ଥିବା କୁହାଯାଉଛି। ଏହି ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ଡଙ୍ଗାରୁ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ଅନ୍ୟ ଡଙ୍ଗାରେ କୂଳକୁ ଅଣାଯାଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଛଠ ପୂଜା ପୂର୍ବରୁ ଗଙ୍ଗା ନଦୀରେ ବନ୍ୟା ଆସିବାରୁ ଲୋକଙ୍କ ପାଇଁ ଛଠ ପୂଜା କରିବା ଅସମ୍ଭବ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ପ୍ରଶାସନ ଛଠ ପୂଜା ପାଇଁ ବିକଳ୍ପ ଖୋଜୁଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଛଠ ଘାଟ ଯାଞ୍ଚ କରିବାକୁ ଯାଇଥିଲେ ଏବଂ ଏହି ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.