ନୀତୀଶ କୁମାର ରଙ୍ଗ ବଦଳାଇବାରେ ଏଣ୍ଡୁଅକୁ ବି ଟପିଯାଇଛନ୍ତି: କଂଗ୍ରେସ

0

ନୂଆଦିଲ୍ଲୀ: ନୀତୀଶ କୁମାର ରଙ୍ଗ ବଦଳାଇବାରେ ଏଣ୍ଡୁଅକୁ ବି ଟପିଯାଇଛନ୍ତି । ବିଜେପି ସହ ନୀତୀଶ କୁମାର ମିଶିବା ପରେ କିଛି ଏପରି ବୟାନ ଦେଇ କଡା ସମାଲୋଚନା କରିଛି କଂଗ୍ରେସ ।

କଂଗ୍ରେସ ମୁଖପାତ୍ର ଜୟରାମ ରମେଶ୍ ଟ୍ୱିଟରରେ ଟ୍ୱିଟ୍ କରି କହିଛନ୍ତି, ରାଜନୀତିରେ ବାରମ୍ବାର କଡ ଲେଉଟଉଥିବା ନୀତୀଶ କୁମାନ ରଙ୍ଗ ବଦଳାଇବାରେ ଏଣ୍ଡୁଅକୁ ବି ଟପିଯାଇଛନ୍ତି । ଏହି ବିଶ୍ୱାସଘାତକ ବିଶେଷଜ୍ଞକୁ ଜନତା କ୍ଷମତା କରିବେ ନାହିଁ । ସ୍ପଷ୍ଟ ଭାବେ କହିବାକୁ ଗଲେ, ଭାରତଯୋଡ ନ୍ୟାୟ ଯାତ୍ରାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ଭୟବିତ ହୋଇଉଠିଛି । ତେଣୁ ଏଥିରୁ ଧ୍ୟାନ ହଟାଇବା ପାଇଁ ରାଜନୀତିରେ ଡ୍ରାମା ତିଆରି କରାଯାଉଛି ।

Leave A Reply

Your email address will not be published.