ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଜିତିଲେ ନୀତୀଶ କୁମାର

0

ପାଟନା(ଆମ ଟିଭି): ବୁଧବାର ବିଜେପି ମେଣ୍ଟରୁ ଅଲଗା ହେବା ପରେ ବିହାର ବିଧାନସଭାରେ ଅନୁଷ୍ଠିତ ଅନାସ୍ଥା ପ୍ରସ୍ତାବ ଭୋଟରେ ବିଜୟ ହୋଇଛନ୍ତି ନୀତୀଶ କୁମାର। ଧ୍ୱନୀ ମତରେ ଏହି ଫ୍ଲୋର୍‌ ଟେଷ୍ଟ ଜିତିଛନ୍ତି ନୀତୀଶ କୁମାରଙ୍କ ମହାମେଣ୍ଟ ସରକାର।

ତେବେ ଏହା ପୂରବ୍ରୁ ନୀତୀଶ ଅଭିଯୋଗ କରିଥିଲେ ଯେ ୨୦୨୦ ବିଧାନସଭା ନିର୍ବାଚନରେ ବିଜେପି ଜେଡିୟୁଙ୍କୁ ଶେଷ କରିବାକୁ ଷଡ଼ଯନ୍ତ୍ର କରିଥିଲା। ସେ କହିଛନ୍ତି, ପ୍ରଥମେ ୪ ଟି ଦଳ ଥିଲା ହେଲେ ଏବେ ୮ ଟି ଦଳ ଆମ ସହ ରହିଛି। ସେ ଆହୁରି କହିଛନ୍ତି, ଆମେ ୨୦୨୦ ରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନଥିଲୁ ହେଲେ ବିଜେପିର ଚାପରେ ଆମକୁ ହେବାକୁ ପଡ଼ିଥିଲା। ମୋର ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ନଥିଲା। ବିଧାନସଭା ନିର୍ବାଚନରେ ବିଜେପି ଜେଡିୟୁକୁ ଶେଷ କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲା।

Leave A Reply

Your email address will not be published.