ନୀତିଶ କୁମାରଙ୍କ ମିଶନ ୨୦୨୪, ନବୀନଙ୍କୁ କରିପାରନ୍ତି ସାକ୍ଷାତ
ଭୁବନେଶ୍ୱର(ଆମ ଟିଭି): ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମିଶନ ୨୦୨୪ । ବିରୋଧୀ ଏକତା ଓ ଆଗାମୀ ୨୦୨୪ ନିର୍ବାଚନ ପାଇଁ ନୂଆ ରଣନୀତିି ଲକ୍ଷ୍ୟ ନେଇ ଦିଲ୍ଲୀରେ ଡେରା ପକାଇଛନ୍ତି ନୀତିଶ କୁମାର । ଏହି କ୍ରମରେ କୁହାଯାଉଛି ଓଡ଼ିଶା ମଧ୍ୟ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ।
ନୀତିଶ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସିପିଆଇଏମ ନେତା ସୀତରାମ ୟେଚୁରିଙ୍କୁ ନୀତିଶ ଭେଟିଛନ୍ତି । ଏମିତିକି ଏନସିପି ନେତା ଶରଦ ପାୱାରଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି। ଆହୁରି ମଧ୍ୟ ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ମଧ୍ୟ ଭେଟିପାରନ୍ତି ବୋଲି କୁହାଯାଉଛି । ମୋଦୀ ବିରୋଧୀଙ୍କୁ ଏକାଠି କରିବାକୁ ଜେଡିୟୁ ମୁଖ୍ୟଙ୍କ ଜୋରଦାର ପ୍ରୟାସ କରୁଛନ୍ତି ନବୀନଙ୍କୁ ଭେଟି ପାରନ୍ତି ନୀତୀଶ ।