ପ୍ରଶାନ୍ତଙ୍କୁ ନେଇ ଏମିତି କିଛି କହିଲେ ନୀତିଶ

0

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ବି ବିଜଚେପି ଯୋଗାଯୋଗରେ ଥିବା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କହିବା ପରେ ରାଜନୈତିକ ପାଣିପାଗ ଉସ୍ମ ହୋଇଛି। ଏ ସମ୍ପର୍କରେ ନୀତୀଶ କୁମାର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ,ଦୟା କରି ପ୍ରଶାନ୍ତ କିଶୋରଙ୍କ ବିଷୟରେ ମୋତେ କିଛି କୁହନି। ସେ ତାଙ୍କ ପ୍ରଚାର ପାଇଁ କହୁଛନ୍ତି। ସେ ଯାହା ଚାହୁଁଛନ୍ତି କହୁଛନ୍ତି। ଆମେ ସେ ସବୁ ଖାତିର କରୁନା। ସେ ବୟସରେ ବହୁତ ସାନ ।

ଗୋଟେ ସମୟରେ ମୁଁ ତାଙ୍କୁ ସମ୍ମାନ ଜଣାଉଥିଲି। ଯେଉଁମାନଙ୍କୁ ମୁଁ ସମ୍ମାନ ଜଣାଉଥିଲି ସେମାନେ ଏବେ ମୋତେ ଅସମ୍ମାନ କରୁଛନ୍ତି। ଦୁଇ ଦିନ ପୂର୍ବେ ପ୍ରଶାନ୍ତ କିଶୋର ଏକ ସଙ୍ଗିନ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ସହ ଯୋଗାଯୋଗରେ ଅଛନ୍ତି ଏବଂ ଯଦି ସେମିତି ପରିସ୍ଥିତି ଉପୁଜିବ ତେବେ ନୀତୀଶ ପୁଣିଥରେ ବିଜେପି ସହ ହାତ ମିଳାଇବେ। ଏଭଳି କରିବାକୁ ସେ ବ୍ୟାକୁଳ ଅଛନ୍ତି।

Leave A Reply

Your email address will not be published.