ନୀତିଶଙ୍କ ବଡ଼ ଘୋଷଣା: ବିହାରରେ ମିଳିବ ୧୦ ଲକ୍ଷ ନିଯୁକ୍ତି

0

ପାଟଣା(ଆମ ଟିଭି): ସ୍ଵାଧୀନତା ଦିବସ ଅବସରରେ ବିହାର ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ବିହାରର ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ନିର୍ବାଚନୀ ଘୋଷଣା ‘୧୦ ଲକ୍ଷ ଚାକିରି’କୁ ସମର୍ଥନ ଜଣାଇଛନ୍ତି । ଏହା ସହିତ ସରକାରୀ ବ୍ୟବସ୍ଥା ବାହାର ଆହୁରି ୧୦ ଲକ୍ଷ ରୋଜଗାର ସୁଯୋଗ ସୃଷ୍ଟି ନେଇ ସ୍ୱାଧୀନତା ଦିବସ ପାଳନ ଅବସରରେ ଘୋଷଣା କରିଛନ୍ତି ।

ସୋମବାର ପାଟଣାର ଗନ୍ଧୀ ମୈଦାନରେ ରାଜ୍ୟସ୍ତରୀୟ ସ୍ୱାଧୀନତାର ଦିବସ ପାଳିତ ହୋଇଥିଲା । ଏହି ଅବସରରେ ରାଜ୍ୟର ୧୦ ଲକ୍ଷ ସରକାରୀ ଚାକିରି ଆଶାୟୀ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ନେଇ ନୀତୀଶ କୁମାର ଘୋଷଣା କରିଛନ୍ତି । ଏହା ସହିତ ସରକାରୀ ବ୍ୟବସ୍ଥା ବାହାରେ ଆଉ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଏହି ଲକ୍ଷ୍ୟକୁ ୨୦ ଲକ୍ଷରେ ପହଞ୍ଚାଯିବ ବୋଲି ସେ କହିଛନ୍ତି । ଏହି ଘୋଷଣା ସହିତ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳକୁ ଉପଯୁକ୍ତ ଜବାବ ଦେଇଛନ୍ତି, ଯେଉଁମାନେ ଗତ ଏକ ସପ୍ତାହ ଧରି ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ୧୦ ଲକ୍ଷ ଲୋକଙ୍କୁ ଚାକିରି ଦେବା ଘୋଷଣାକୁ ନେଇ ଜବାବ ମାଗିଥିଲେ।

Leave A Reply

Your email address will not be published.