ପୁଣି ଫୁଟିଲା ଗୁଳି,୫ମୃତ

0

ୱାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାରେ ପୁଣି ଫୁଟିଛି ଗୁଳି। ଏଥର ଜଣେ ନାବାଳକର ଆଖିବୁଜା ଗୁଳି ମାଡ଼ରେ ଜଣେ ପୁଲିସ୍‌ ଅଧିକାରୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏପରି ଛାତିଥରା ଘଟଣା ଗତକାଲି ରାତିରେ ଆମେରିକାର ଉତ୍ତର କାରୋଲିନା ସହରରେ ଘଟିଛି।

ସ୍ଥାନୀୟ ମେୟରଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଜଣେ ନାବାଳକ ଆମେରିକାର ଉତ୍ତର କାରୋଲିନାର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏକ ଲମ୍ବା ବନ୍ଧୁକ ଧରି ପହଞ୍ଚିଥିଲା। ଏହାପରେ ନାବାଳକଜଣକ ଆଖି ବୁଜା ଗୁଳି ଚାଳନା କରିବାରୁ ଜଣେ ଅଫ୍ ଡ୍ୟୁଟି ପୁଲିସ ଅଧିକାରୀଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଗୁଳିମାଡ଼ ଯୋଗୁ ବହୁତ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ବହୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Leave A Reply

Your email address will not be published.