ଓଡ଼ିଶାକୁ ନାହିଁ ବାତ୍ୟା ବିପଦ: ଆଇଏମଡି ଡିଜି

0

ଭୁବନେଶ୍ୱର (ଆମ ଟିଭି): ସମ୍ଭାବ୍ୟ ବାତ୍ୟାକୁ ନେଇ ଏକ ବଡ଼ ଅପଡେଟ୍ ଦେଇଛନ୍ତି ଆଇଏମଡି ଡିଜି । ଓଡ଼ିଶା ଉପରେ ଆସୁଥିବା ବାତ୍ୟାର କୌଣସି ପ୍ରଭାବ ପଡ଼ିବନି। ବାତ୍ୟାଜନିତ ପବନ କି ବର୍ଷା, କିଛି ହେବନି ବୋଲି କହିଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଗଭୀର ଅବପାତଟି ଆଜି ରାତି ସୁଦ୍ଧା ବାତ୍ୟାରେ ପରିଣତ ହେବ। କାଲି ସୁଦ୍ଧା ଭୀଷଣ ଓ ୧୨ ତାରିଖ ସୁଦ୍ଧା ଅତି ଭୀଷଣ ରୂପ ନେବ।

୧୪ ତାରିଖ ପୂର୍ବାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବ। ବାଂଲାଦେଶ କକ୍ସବଜାର ଓ ମିଆଁମାର କ୍ୟାଉକିପିଉ ମଧ୍ୟରେ ଉପକୂଳ ଛୁଇଁବ। ଉପକୂଳ ଛୁଇଁଲା ବେଳେ ପବନର ବେଗ ୧୧୦ରୁ ୧୩୦ କିମି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଉଛି। ପଶ୍ଚିମବଙ୍ଗ ଉପକୂଳରେ ଏହି ବାତ୍ୟାର ପ୍ରଭାବ ପଡ଼ିବ। ୫୦ କିମି ପବନ ବହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.