ଭୁବନେଶ୍ୱର (ଆମ ଟିଭି): ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଓଡ଼ିଶାରେ ପହଞ୍ଚିବା ପରେ ମନମୋହନ ସାମଲ କହିଛନ୍ତି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନିଗମ ନେଇ କୌଣସି ଆଲୋଚନା ହୋଇନାହିଁ। ସାଂସଦ ଓ କେନ୍ଦ୍ରୀୟ ନେତୃତ୍ଵମାନଙ୍କ ସହ ଆଲୋଚନା ହୋଇଛି । ଏହା ଏକ ସ୍ୱାଭାବିକ ପ୍ରକ୍ରିୟା। ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ । ଆଲୋଚନା ହେଲେ ଖୁବଶୀଘ୍ର ଜଣାଇଦିଆଯିବ ।
ଏହା ସହ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ବିରତ ରହିବା ନେଇ ପ୍ରତିକ୍ରିୟା ଦେଇ ବିଜେପି ରାଜ୍ୟ ସଭାପତି କହିଛନ୍ତି ବିଜେଡିର ଦଳୀୟ ନିଷ୍ପତ୍ତି, ବିଜେପି ନିଜ ରାସ୍ତାରେ ଅଛି ।