ଆଉ ହେବନି ନାହିଁ ସିଲିଣ୍ଡର ଚୋରି, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ମନ୍ତ୍ରୀ ହରଦୀପ ପୁରୀ ଟୁଇଟର୍ରେ ସେୟାର୍ କରିଥିବା ଭିଡିଓରେ ଦେଖାଯାଉଛି ଯେ, ‘ଏଲ୍ପିଜି’ ସିଲିଣ୍ଡର୍ଗୁଡ଼ିକରେ ‘କ୍ୟୁଆର୍’ କୋଡ୍ ଲାଗିଛି। ସେଥିରେ ସେ ଲେଖିଛନ୍ତି: ଇନ୍ଧନ ଠାବ ଗୋଟାଏ ଉଲ୍ଲେଖନୀୟ ଉଦ୍ଭାବନ। ଏହି ‘କ୍ୟୁଆର’ କୋଡ୍ ପୁରାତନ ସିଲିଣ୍ଡର୍ଗୁଡ଼ିକରେ ଲଖାଇ ଦିଆଯିବ ଏବଂ ନୂଆ ସିଲିଣ୍ଡର୍ରେ ୱେଲ୍ଡିଙ୍ଗ୍ କରାଯିବ। ଏହି କୋଡ୍କୁ ଆକ୍ଟିଭେଟ୍ ବା ସକ୍ରିୟ କରିବା ପରେ ସିଲିଣ୍ଡର୍ରୁ ଗ୍ୟାସ୍ ଚୋରି କରାଯିବା ଭଳି ସମସ୍ୟା ଧରାପଡ଼ିବା ସହ ‘ଟ୍ରାକିଙ୍ଗ୍ ଓ ଟ୍ରେସିଙ୍ଗ୍’ କରି ସିଲିଣ୍ଡର୍ଗୁଡ଼ିକର ତାଲିକା ପ୍ରସ୍ତୁତିଜନିତ ପରିଚାଳନା ପାଇଁ ସୁବିଧା ହେବ।
ମନ୍ତ୍ରୀ ପୁରୀ କହିଛନ୍ତି, ସୁଲଭ ମୂଲ୍ୟରେ ସମସ୍ତଙ୍କୁ ମିଳିବା ଉପରେ ଦୃଷ୍ଟି ଦିଆଯାଇ ନିରବଚ୍ଛିନ୍ନ ଭାବେ ଶକ୍ତି ଉତ୍ପାଦନ ଓ ବ୍ୟବହାର ପାଇଁ ଜରୁରୀ ବ୍ୟବସ୍ଥା କରାଯିବାର ଆବଶ୍ୟକତା ଥିଲା।