ଯାତ୍ରାରେ ଆଉ ହେଇପାରିବନି ଅଶ୍ଲୀଳ ନୃତ୍ୟ, କଡା ନିର୍ଦ୍ଦେଶ ଦେଲେ ସରକାର

0

ଯାତ୍ରାରେ ଆଉ ହେଇପାରିବନି ଅଶ୍ଲୀଳ ନୃତ୍ୟ। ଆଉ ଦର୍ଶକ ଦେଖିପାରିବେନି ଝାଇଁମରା ନାଚ। ଖୋଲା ମଞ୍ଚ ଯାତ୍ରାରେ ନାଟକକୁ ନେଇ ଦର୍ଶକଙ୍କ ଭିତରେ କ୍ରେଜ୍‌ ବଢ଼ୁଛି। ହେଲେ ନାଟକରେ ଆଇଟମ୍‌ ଡ୍ୟାନ୍ସକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଉଛି। ଯାହାକୁ ନେଇ ନାନ ବିଶୃଙ୍ଖଳା ସୃଷ୍ଟି ହେଉଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର କଠୋର ହେଉଛନ୍ତି।

ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ନେଇ ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଯାତ୍ରାରେ ଅଶ୍ଲୀଳ ନୃତ୍ୟ ବନ୍ଦ କରିବା ପାଇଁ ଖୁବଶୀଘ୍ର ଆସିବ ଆଇନ। ରାଜ୍ୟ ସରକାର ଏହାକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରିଛନ୍ତି। ଏହାକୁ ନେଇ ବିଚାର ବିମର୍ଶ ଚାଲିଛି। ଯାତ୍ରା ପାର୍ଟିର ମାଲିକଙ୍କ ସହ ଏ ନେଇ ଆଲୋଚନା ହେବ ବୋଲି ମନ୍ତ୍ରୀ କହିଛନ୍ତି।

 

 

ସୂଚନାରୁ ପ୍ରକାଶ, ଗତ କିଛି ହେଲା ଯାତ୍ରା ଦର୍ଶକଙ୍କ ସଂଖ୍ୟା ବଢୁଛି। ରକ୍ଷଣଶୀଳ ବ୍ୟକ୍ତି ନିଜ ପରିବାର ଲୋକଙ୍କ ସହ ଯାତ୍ରା ଦେଖିବାକୁ ଆସୁଛନ୍ତି। ହେଲେ ନାଟକ ଆରମ୍ଭ ପୂର୍ବରୁ ହେଉଥିବା ଅଶ୍ଲୀଳ ନୃତ୍ୟକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଉଛି। ରାଜ୍ୟ ସରକାରଙ୍କ କଡ଼ା ତାଗିଦ ସତ୍ତ୍ୱେ କିଛି ଅନୁଷ୍ଠାନ ମଞ୍ଚରେ ଅଶ୍ଲୀଳ ନୃତ୍ୟ ପରିବେଷଣ କରାଉଛି ।

ୟୁଟ୍ୟୁବ୍‌ ପ୍ରଶଂସା ସାଉଣ୍ଟିଥିବା ସାହୁ ଭାଉଜ ମଞ୍ଚରେ ଆଇଟମ୍‌ ଡ୍ୟାକ୍ସ କରୁଥିବା ବେଳେ ନିଜର ଉପର ଡ୍ରେସ୍‌ ଖୋଲି ଦେଇଥିଲେ। ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସାହୁ ଭାଉଜ ଭୁଲ୍‌ ମାଗିଥିଲେ। ଆଗକୁ ସେମିତି ଡ୍ୟାନ୍ସ କରିବେ ନାହିଁ ବୋଲି କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ବାରମ୍ୱାର ମଞ୍ଚରେ ଖୋଲମ୍‌ ଖୋଲା ନାଚୁଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.