ଆଉ କେହି ହୋଇପାରିବେନି ‘କ୍ୟାପ୍ଟେନ କୁଲ୍’, ଟ୍ରେଡ଼ମାର୍କ ପାଇଁ ପଞ୍ଜିକରଣ ଆବେଦନକୁ ମିଳିଲା ଅନୁମୋଦନ

0

ନୂଆଦିଲ୍ଲୀ (ଆମ ଟିଭି):  ପୂର୍ବତନ ଭାରତୀୟ ଅଧିନାୟକ ଏମଏସ୍ ଧୋନି ‘କ୍ୟାପ୍ଟେନ କୁଲ’ ଟ୍ରେଡମାର୍କକୁ ଏବେ ଅନୁମୋଦନ କରାଯାଇଛି । ଯଦି ଧୋନି ଏହି ଶବ୍ଦର ଟ୍ରେଡମାର୍କ ଅଧିକାର ପାଆନ୍ତି, ଆଉ କୌଣସି ବ୍ୟକ୍ତି କିମ୍ବା ସଂଗଠନ କ୍ୟାପ୍ଟେନ କୁଲ ଶବ୍ଦ ବ୍ୟବହାର କରିପାରିବେ ନାହିଁ । ଧୋନି ଜୁନ୍ ୫ ତାରିଖରେ ଟ୍ରେଡମାର୍କ ରେଜିଷ୍ଟ୍ରି ପୋର୍ଟାଲ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିଥିଲେ ।

ଧୋନି କିଛି ଦିନ ପୂର୍ବେ ‘କ୍ୟାପ୍ଟେନ କୁଲ୍’ ନାଁ ପାଇଁ ଟ୍ରେଡମାର୍କ ପଞ୍ଜିକରଣ ଆବେଦନ କରିଥିଲେ, ଯାହାକୁ ଏବେ ଅନୁମୋଦନ କରାଯାଇଛି । ଖେଳ ପ୍ରଶିକ୍ଷଣ, ପ୍ରଶିକ୍ଷଣ ସୁବିଧା ଓ ସ୍ପୋର୍ଟ୍ସ କୋଚିଂ ସେବା ପାଇଁ କ୍ଲାସ୍ ୪୧ ଅଧିନରେ ଧୋନି ଏହି ଟ୍ରେଡମାର୍କ ପଞ୍ଜିକରଣ କରିଛନ୍ତି । ଏହି ଟ୍ରେଡମାର୍କ ତାଙ୍କ ନାଁକୁ ଆଇନର ସୁରକ୍ଷା ଦେବା ସହ ତାଙ୍କ ବ୍ରାଣ୍ଡ ଭେଲ୍ୟୁ ଓ ପରିଚୟକୁ ମଧ୍ୟ ମଜଭୁତ କରିବ ।

ଖବର ମୁତାବକ, ଧୋନିଙ୍କ ଓକିଲ ମାନସୀ ଅଗ୍ରୱାଲ୍ ଏହା ଉପରେ ସୂଚନା ଦେଇ କହିଛନ୍ତି, ବ୍ୟକ୍ତିଗତ ବ୍ରାଣ୍ଡିଂ ଓ ପରିଚୟ ସହ ଜଡ଼ିତ ବିଶିଷ୍ଟତା କିପରି ଆଇନତଃ କାମ କରେ । ଧୋନିଙ୍କ କ୍ୟାପ୍ଟେନ କୁଲ୍ ଟ୍ରେଡମାର୍କକୁ ପ୍ରଥମେ ଟ୍ରେଡମାର୍କ ଆକ୍ଟର ଧାରା ୧୧(୧) ଅଧିନରେ ଆପତ୍ତି ମିଳିଥିଲା । ଏହାର କାରଣ ଥିଲା, ଏହି ନାଁରେ ପୂର୍ବରୁ ଗୋଟିଏ ଟ୍ରେଡମାର୍କ ପଞ୍ଜିକୃତ ଅଛି ଓ ନୂଆ ଟ୍ରେଡମାର୍କ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିପାରେ । କିନ୍ତୁ ଧୋନି ଯୁକ୍ତି ରଖିଥିଲେ ଯେ, କ୍ୟାପ୍ଟେନ କୁଲ୍ ନାଁ ଧୋନିଙ୍କ ସହ ଗତ ଅନେକ ବର୍ଷ ଜଡ଼ିତ ରହିଛି । ମିଡିଆ, ପ୍ରଶଂସକ ଓ ଲୋକେ ଏହାକୁ ବହୁ ମାତ୍ରାରେ ସ୍ୱୀକୃତି ବି ଦେଇଛନ୍ତି ।

ଏହି ନାଁ ଏବେ କେବଳ ଉପନାମ ହୋଇନାହିଁ ବରଂ ଧୋନିଙ୍କ କମର୍ସିଆଲ ପରିଚୟ ହୋଇସାରିଛି । ଧୋନିଙ୍କ ଲୋକପ୍ରିୟତା, ମିଡିଆରେ କଭରେଜ୍ ଓ ପ୍ରଶଂସକଙ୍କ ପରିଚୟ କାରଣରୁ ଏହି ନାଁ ଅନ୍ୟ କାହା ପାଇଁ ଭ୍ରମ ସୃଷ୍ଟି କରିବ ନାହିଁ । ଧୋନିଙ୍କ ଏହି ପରିଚୟ ପୂର୍ବ ଟ୍ରେଡ୍ମାର୍କ ପୂର୍ବରୁ ରହିଛି ଓ ଅଧିକ ପ୍ରସିଦ୍ଧ ମଧ୍ୟ । ଟ୍ରେଡମାର୍କ ରେଜିଷ୍ଟ୍ରି ଏହି ଯୁକ୍ତିକୁ ସ୍ୱୀକାର କରିଛି ଓ କ୍ୟାପ୍ଟେନ କୁଲ୍ କେବଳ ଏକ ସାଧାରଣ ଶବ୍ଦ ନୁହେଁ ବରଂ ଧୋନିଙ୍କ ପର୍ସନାଲିଟି, ବ୍ରାଣ୍ଡ ଓ ଛବିର ଅଂଶ ।

ଧୋନି ଏହି ଟ୍ରେଡମାର୍କ ରିଥି ସ୍ପୋର୍ଟସ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ୍ ମାଧ୍ୟମରେ ଦାଖଲ କରିଛନ୍ତି । ଧୋନି ବିଭିନ୍ନ ରାଜ୍ୟରେ ‘କ୍ୟାପଟେନ୍ କୁଲ’ ନାମକ କ୍ରିକେଟ ତାଲିମ ଓ କୋଚିଂ ସେଣ୍ଟର ଖୋଲିବାକୁ ଯୋଜନା କରୁଛନ୍ତି ।

Leave A Reply

Your email address will not be published.