ଜୀବନ ହାରିଲେ ଟେଲି ଅଭିନେତ୍ରୀ ରଶ୍ମିରେଖା, ସୁଇସାଇଡାଲ ନୋଟରେ ଲେଖିଛନ୍ତି ‘ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି’
ଭୁବନେଶ୍ୱର(ଆମ ଟିଭି): ପୁଣି ଜୀବନ ହାରିଲେ ଆଉ ଜଣେ ଟେଲି ଅଭିନେତ୍ରୀ । ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଛନ୍ତି । ଧାରାବାହିକ କେମିତି କହିବି କହରେ ସେ ଅଭିନୟ କରିଥିଲେ । ନୟାପଲ୍ଲୀ ଥାନା ଅନ୍ତର୍ଗତ ବଡ଼ ସାହିରେ ରଶ୍ମି ଭଡ଼ାରେ ରହୁଥିଲେ । ଆଜି ଘର ଭିତରୁ ଉଦ୍ଧାର ହୋଇଛି ମୃତଦେହ ।
ମୃତଦେହ ନିକଟରୁ ନୟାପଲ୍ଲୀ ଥାନା ପୋଲିସ ଏକ ସୁଇସାଇଡାଲ ନୋଟ ଜବତ କରିଛି । ସେଥିରେ ଲେଖା ଅଛି ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି । ରଶ୍ମିଙ୍କ ଘର ଜଗତସିଂପୁର ଜିଲ୍ଲା ତ୍ରିତୋଲ ସଙ୍କେତପାଟଣାରେ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।