ଭାରତ-ଚୀନ୍ ବିବାଦରେ କେହି କାହାର ଅନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ: ଚୀନ୍ ରାଷ୍ଟ୍ରଦୂତ
ନୂଆଦିଲ୍ଲୀ (ଆମ ଟିଭି): ଭାରତ ଓ ଚୀନ୍ ମଧ୍ୟରେ ବିବାଦ ଆଜିର ନୁହେଁ । ଦୀର୍ଘ ବର୍ଷ ଧରି ଉଭୟ ଦେଶ ମଧ୍ୟରେ ବିବାଦ ଲାଗି ରହିଛି । ଯେତେ ଆଲୋଚନ, ବୈଠକ କଲେ ମଧ୍ୟ ସମାଧାନର ବାଟ ବାହାରିପାରୁନାହିଁ । ଭାରତ ଓ ଚୀନ ମଧ୍ୟରେ ଲଦାଖର ପୂର୍ବାଞ୍ଚଳର ଗଲୱାନ ଭ୍ୟାଲିକୁ ନେଇ ଦୁଇ ବର୍ଷରୁ ଅଧିକ ସମୟ ହେବ ବିବାଦ ଲାଗି ରହିଛି। ଆଉ ଗତ ୩ ବର୍ଷ ହେଲା ଭାରତରେ ଚୀନର ରାଷ୍ଟ୍ରଦୂତ ଦାୟତ୍ୱ ସମ୍ଭାଳୁଛନ୍ତି ସୁନ ୱେଇଡଙ୍ଗ। ହେଲେ ଏବେ ତାଙ୍କ କାର୍ୟ୍ୟକାଳ ଶେଷ ହୋଇଛି। ସେ ତାଙ୍କ ବଦାୟୀକାଳିନ ଭାଷଣରେ ଉଭୟ ଚୀନ ଓ ଭାରତକୁ ପରାମର୍ଶ ଦେଇଛନ୍ତି। ଦୁଇ ଦେଶ କେହି କାହାରି ଅନ୍ତରୀଣା ମାମଲାରେ ହସ୍ତକ୍ଷେପ କରିବା କଥା ନୁହେଁ ବୋଲି ୱେଇଡଙ୍ଗ କହିଛନ୍ତି।
ଭାରତର ରାଷ୍ଟ୍ରଦୂତ ଦାୟିତ୍ୱ ସମ୍ବାଳିବା ଭୁଲିହେବନି ବୋଲି ୱେଇଡଙ୍ଗ କହିବା ସହିତ ଭାରତ ଓ ଚୀନ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ସେ କହିଛନ୍ତି। ଏନେଇ ସେ କହିଛନ୍ତି ଚୀନ ଓ ଭାରତ ମଧ୍ୟରେ ମତଭେଦ ହେବା ସ୍ୱଭାବିକ। ତେଣୁ ଆଲୋଚନା କରି ସମାଧାନ କରିବାକୁ ବିଦାୟୀ ଚୀନ ରାଷ୍ଟଦୂତ କହିଛନ୍ତି। ସେ କହିଛନ୍ତି “ ମୂଳ କଥା ହେଲା ମତ ଭେଦକୁ କେମିତି ଦୂର କରାଯିବ। ଆମ ଦୁଇ ଦେଶର ସାମୁହିକ ସ୍ୱାର୍ଥ ଉପରେ ଗୁରୁତ୍ୱ ଦେବା ଦରକାର। ଏହା ବିଭେଦ ଠାରୁ ବି ଅନେକ ବଡ଼। ଏହି ମତଭେଦ ଦୂର କରିବାକୁ ଦୁଇ ଦେଶ ମଧ୍ୟରେ ପ୍ରୟାଶ ହେବା ଦରକାର। ମତାନ୍ତର କେତେ ବଡ଼ ତାହା ନଦେଖି ଆଲୋଚନା ଓ ପରାମର୍ଶ ମାଧ୍ୟମରେ ସମସ୍ୟାର ସମାଧାନ ଖୋଜିବା ଦରକାର।” ଦୁଇ ଦେଶ ମଧ୍ୟରେ ଭୁଲ ବୁଝମଣା ରହିବା କଥା ନୁହେଁ। ଦୁହେଁ ପରସ୍ପର ସହିତ କଥାବାର୍ତ୍ତା କରି ଏସୁବ ଦୂର କରିବା ଆବଶ୍ୟକ ବୋଲି ଅବସର ନେଉଥିବା ଚୀନ ରାଷ୍ଟ୍ରଦୂତ ୱେଇଡଙ୍ଗ କହିଛନ୍ତି।