ଆହୁରି ତିନି ଦିନ ବର୍ଷାରୁ ନାହିଁ ନିସ୍ତାର, ଜାରି ରହିବ କାଳବୈଶାଖୀର ତାଣ୍ଡବ

0

ଭୁବନେଶ୍ୱର (ଆମ ଟିଭି): ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା। ୨୪ ଘଣ୍ଟାରେ ୩ ରୁ ୫ ଡିଗ୍ରୀ କମିବ ଦିନର ତାପମାତ୍ରା। ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହେବାର ଆଶଙ୍କା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ବର୍ଷା ସହିତ ଝଟକା ପବନର ବେଗ ୬୦ ରୁ ୭୦ କିମି ରହିପାରେ। ୬ ତାରିଖରେ ବି ୯ ଜିଲ୍ଲାକୁ ୟେଲୋ ଓ୍ୱାଣ୍ଣିଂ ଜାରି କରାଯାଇଛି।

୭ ରୁ ୯ ତାରିଖ ପର୍ଯ୍ୟନ୍ତ ବର୍ଷାକୁ ନେଇ କୌଣସି ସତର୍କତା ଜାରି ହୋଇନାହିଁ। ୪ ଦିନ ପରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିପାରେ।

Leave A Reply

Your email address will not be published.