ବାହାନଗା (ଆମ ଟିଭି): ବାହାନଗାରେ ରେଳ ଦୁର୍ଘଟଣା ପରେ ଏବେ ସେଠାରେ ଦୁର୍ଘଟଣାକୁ ନେଇ ତଦନ୍ତ ଜାରି ରହିଛି । ସେଥିପାଇଁ ବାହାନଗା ଷ୍ଟେସନରେ ଏବେ ଅଟକିବନି କୌଣସି ଟ୍ରେନ୍ । ତଦନ୍ତ ଚାଲିଥିବାରୁ ବାହାନଗା ବଜାର ଷ୍ଟେସନରେ ଟ୍ରେନ୍ ରହିବା ନାହିଁ । ଏ ନେଇ ସୂଚନା ଦେଇଛନ୍ତି ଦକ୍ଷିଣପୂର୍ବ ସିପିଆରଓ ଆଦିତ୍ୟ ଚୌଧୁରୀ । କହିଛନ୍ତି, ତଦନ୍ତ ଚାଲୁଥିବାରୁ, ଷ୍ଟେସନର ରିଲେ ରୁମ ବନ୍ଦ ରହିଛି । ତେଣୁ ଷ୍ଟେସନରେ ଏବେ କୌଣସି ଟ୍ରେନ୍ ଅଟକିବ ନାହିଁ ।
ପରବର୍ତ୍ତୀ ନୋଟିସ ନଆସିବା ପର୍ୟ୍ୟନ୍ତ ଟ୍ରେନ ରହିବ ନାହିଁ । ବାହାନଗା ଦୁର୍ଘଟଣାର କାରଣ ଖୋଜିବାକୁ ସିବିଆଇ ତଦନ୍ତ ଚାଲିଛି । ସିବିଆଇ ଟିମ୍ ଷ୍ଟେସନ ରିଲେ ରୁମ୍ ସମେତ ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛନ୍ତି । ରିଲେ ରୁମରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି । ଆଉ ତଦନ୍ତ ଚାଲିଥିବାରୁ ଷ୍ଟେସନରେ ଥିବା ରିଲେ ରୁମକୁ ବନ୍ଦ ରଖାଯାଇଛି ।