ଆଦାନୀ ଗ୍ରୁପରେ ନିବେଶ ଅର୍ଥ ପ୍ରତ୍ୟାହାର ହେବ ନାହିଁ: ଏଲଆଇସି

0

ନୂଆଦିଲ୍ଲୀ (ଆମ ଟିଭି): ହିଣ୍ଡେନବର୍ଭ ରିପୋର୍ଟ ପରେ ଏବେ ଆଦାନୀଙ୍କ ସାମ୍ରାଜ୍ୟ ଧିରେ ଧିରେ ଖସୁଛି ।ବିଶେଷ କରି ଖଓଉ ଆଦାନୀ ଗ୍ରୁପରେ ନିବେଶ କରିଥିବା ବୀମା ଅର୍ଥ ନେଇ ଚର୍ଚ୍ଚା ଜୋରସୋରରେ ଚାଲିଛି । ଏହାକୁ ନେଇ ଚାରିଆଡୁ ଏଲଆଇସିକୁ ସମାଲୋଚନା ବି କରାଯାଉଛି । କୁହାଯାଉଛି ଯେ, ଏଲଆଇସି ଭଳି ସଂସ୍ଥା ଆଦାନୀ ଗ୍ରୁପରେ କିପରି ନିବେଶ କଲା ।

କେନ୍ଦ୍ର ସରକାର ଏବଂ ଏଲଆଇସି ଏହାକୁ ନେଇ ମୁହଁ ଖୋଲୁ ନଥିଲାବେଳେ ଏବେ ଏଲଆଇସି ପ୍ରତିକ୍ରିୟା ଦେଇଛି । ଏ ନେଇ ଏଲଆଇସି କହିଛି ଆଦାନୀ ଗ୍ରୁପରେ ନିବେଶ ହୋଇଥିବା ଅର୍ଥ ପ୍ରତ୍ୟାହାର ହେବ ନାହିଁ । ଏ ନେଇ ଏଲଆଇସିର ଚେୟାରମ୍ୟାନ ଏମ.ଆର କୁମାର ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଆଦାନୀ ଗ୍ରୁପ ମ୍ୟାନେଜମେଣ୍ଟକୁ ଏ ନେଇ ବିଜନେସ ପ୍ରୋଫାଇଲ ବାବଦରେ ସୂଚନା ଦେବାପାଇଁ ଡାକିବୁ । ଏହାସହ ଆଦାନୀ ଗ୍ରୁପ କେଉଁସବୁ ଯୋଜନା ଉପରେ କାମ କରୁଛି ସେ ନେଇ ଆଲୋଚନା କରିବୁ ।

Leave A Reply

Your email address will not be published.