ପୁଣି ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କଲା ଉତ୍ତର କୋରିଆ

0

ନୂଆଦିଲ୍ଲୀ: ପୁଣି ବିଶ୍ୱକୁ ନିଜର ଶକ୍ତି ଦେଖାଇଲା ଉତ୍ତର କୋରିଆ । ପୂର୍ବ ଉପକୂଳ ସମୁଦ୍ର ମଧ୍ୟକୁ ଉତ୍ତର କୋରିଆ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଆଜି ଦକ୍ଷିଣ କୋରିଆ କହିଥିବା କଥା ନିଉଜ୍ ଏଜେନ୍ସି ‘ଏପି’ ରିପୋର୍ଟ କରିଛି। ଦକ୍ଷିଣ କୋରିଆର ଜଏଣ୍ଟ୍ ଚିଫ୍ସ୍ ଅଫ୍ ଷ୍ଟାଫ୍ ଏ କଥା ଘୋଷଣା କରିଛନ୍ତି, କିନ୍ତୁ ଏ ସଂକ୍ରାନ୍ତରେ ଅଧିକ ବିବରଣୀ ଦେଇ ନାହାନ୍ତି। ସେ କହିଛନ୍ତି, ଉତ୍ତର କୋରିଆ ପୂର୍ବ ସାଗର ବା ଜାପାନ ସାଗର ଆଡ଼କୁ ଗୋଟାଏ ଅଜ୍ଞାତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଉକ୍ତ କ୍ଷେପଣାସ୍ତ୍ର କେତେ ଦୂର ଗତି କରିଛି ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ, ଜାପାନ ତଟରକ୍ଷୀ କହିଛି, ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରି ମନେ ହେଉଥିବା ଗୋଟାଏ କ୍ଷେପଣାସ୍ତ୍ର ଉତ୍ତର କୋରିଆରୁ ନିକ୍ଷେପ କରାଯାଇଛି। କ୍ଷେପଣାସ୍ତ୍ରଟି ପାଣିରେ ପଡ଼ିଛି। ଜାପାନୀ ସମ୍ବାଦ ପ୍ରସାରଣକାରୀ ‘ଏନ୍ଏଚ୍କେ’ କହିଛି ଯେ, କ୍ଷେପଣାସ୍ତ୍ରଟି ଦେଶର ‘ଏକ୍ସ୍କ୍ଲୁସିଭ୍ ଇକୋନମିକ୍ ଜୋନ୍’ରେ ବାହାରେ ପଡ଼ିଛି। ଏହା ହେଉଛି ଜାପାନୀ ସ୍ଥଳଭାଗକୁ ବେଢ଼ିଥିବା ସାମୁଦ୍ରିକ ଅଞ୍ଚଳ।

Leave A Reply

Your email address will not be published.