ଟ୍ରେନରେ ଯାଇ ଋଷରେ ପହଞ୍ଚିଲେ ଉତ୍ତରକୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍

0

ନୂଆଦିଲ୍ଲୀ (ଆମ ଟିଭି): ଋଷରେ ପହଞ୍ଚିଛନ୍ତି ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ । ଉତ୍ତର କୋରିଆର ପ୍ୟୋଙ୍ଗୟାଙ୍ଗ ସହରରୁ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରି ରୁଷିଆର ପୂର୍ବତଟ ସହର ଖାସନରେ ପହଞ୍ଚିଛନ୍ତି । ପୁଟିନ ପ୍ରଶାସନ ପକ୍ଷରୁ ତାଙ୍କର ଭବ୍ୟ ସ୍ୱାଗତ କରାଯାଇଛି । କିମ୍ ଜୋଙ୍ଗ ଉନଙ୍କ ସହ ଉତ୍ତର କୋରିଆର ସେନା ଓ ବୈଦେଶିକ ଅଧିକାର ମଧ୍ୟ ଉପସ୍ଥିତ ଅଛନ୍ତି । ବିଦେଶ ଗସ୍ତ ପାଇଁ କିମ ଜୋଙ୍ଗ ଉନ ଏକ ସ୍ୱତନ୍ତ୍ର ଟ୍ରେନ ବ୍ୟବହାର କରନ୍ତି ।

ଖାସନ ଠାରୁ ପ୍ରାୟ ୧୫୦କିଲୋମିଟର ଦୂର ରୁଷିଆର ବନ୍ଦର ସହର ଭ୍ଲାଡିଭଷ୍ଟୋକରେ ରୁଷ ରାଷ୍ଟ୍ରପତି ପୁଟିନ ଓ ଉତରକୋରିଆର ରାଷ୍ଟ୍ରମୁଖ୍ୟ କିମ ଜୋଙ୍ଗ ଉନଙ୍କ ମଧ୍ୟରେ ବୈଠକ ବସିବ । ଯେଉଁ ଗୁପ୍ତ ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । ଏଥିପାଇଁ ଭ୍ଲାଡିଭଷ୍ଟୋକରେ ପୂର୍ବରୁ ପହଞ୍ଚି ସାରିଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଦୁଇ ରାଷ୍ଟ୍ରନେତାଙ୍କ ବୈଠକକୁ ନେଇ ଉଭୟ ଦେଶ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.