ଉତ୍ତରାଖଣ୍ଡ (ଆମ ଟିଭି): ଧସୁଛି ଉତ୍ତରା ଖଣ୍ଡର ଯୋଶୀମଠ । ଯାହାକୁ ନେଇ ଭୟଭୀତ ଲୋକେ । କିନ୍ତୁ ବର୍ତ୍ତମାନ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି, ତାହା ହେଉଛି । କେବଳ ଯୋଶୀମଠ ନୁହେଁ, ବରଂ ଏକାଧିକ ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି । ଗଢୱାଲ ସହ ୫ଟି ଜିଲ୍ଲାରେ ଜମି ଧସିବା ପରେ ଏହି ଇଲାକା ଗୁଡିକ ମାଟିରେ ମିଶିଯିବାର ଡର ଏବେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି ।
ଏଠିକାର ଟିହରୀ ଜିଲ୍ଲା ନରେନ୍ଦ୍ରନଗର ଅଟାଲି ଗାଁଓରେ ଋଷିକେଶ, କର୍ଣ୍ଣପ୍ରୟାଗ ରେଲୱେ ଷ୍ଟେସନ୍ ନିର୍ମାଣ ଯୋଗୁଁ ସେଠିକାର ଏକାଧିକ ଜିଲ୍ଲାରେ ରାସ୍ତାଘାଟ , ଘରଦ୍ୱାରରେ ଫାଟ ସୃଷ୍ଟି ହୋଇଛି । ଫଳରେ ରେଲୱେ ବିଭାଗ ଉପରେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ।
ପୀଡିତ ପରିବାର ଲୋକଙ୍କ କହିବା ଅନୁସାରେ, ସେମାନେ ରେଲୱେ ନିର୍ମାଣ କାର୍ୟ୍ୟକୁ ବିରୋଧ କରିନଥିଲେ । ହେଲେ ଏବେ ତା’ର ପରିଣାମ ଭୋଗିବାକୁ ପଡୁଛି । ଘରଦ୍ୱାରରେ ଫାଟ ସୃଷ୍ଟି ହେବାରୁ ସେମାନଙ୍କୁ ବାସହରା ହେବାକୁ ପଡିଛି । ଏବେ ନିଜ ଜୀବନ ଜୀବିକା ହରାଇବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି । ଏପରି ସ୍ଥଳେ ସରକାରୀ ଅଧିକାରୀଙ୍କ ସହ ନେତା ମନ୍ତ୍ରୀ ସ୍ଥିତି ଦେଖିବାକୁ ତ ଆସୁଛନ୍ତି ହେଲେ କେବଳ ଆଶ୍ୱାସନା ଦେଇ ପଳାଉଛନ୍ତି ।