ଉପରାଷ୍ଟ୍ରପତି ପଦ ପାଇଁ ଖାଲି ନୀତୀଶ ନୁହେଁ ଏମାନଙ୍କ ନାଁ ବି ହେଉଛି ଚର୍ଚ୍ଚା..

0

ଧନଖଡ଼ଙ୍କ ପରେ କିଏ ? କିଏ ହେବେ ପରିବର୍ତ୍ତୀ ଭାରତର ଉପରାଷ୍ଟ୍ରପତି ? ଜଗଦୀପ ଧନଖଡ଼ଙ୍କ ହଠାତ୍ ଇସ୍ତଫା ପରେ ଏବେ ଉପରାଷ୍ଟ୍ରପତି ପଦକୁ ନେଇ ଜୋରଦାର ଚର୍ଚ୍ଚା ଜାରି ରହିଥିବା ବେଳେ ଅନେକ ନାଁ ସାମ୍ନାକୁ ଆସୁଛି । ଯଦିଓ ବିଧିବଦ୍ଧ ଭାବେ କାହାରି ନାଁ ଘୋଷଣା ହୋଇନି ମାତ୍ର ଚର୍ଚ୍ଚା କରାଯାଉଛି ।

ମୌସୁମୀ ଅଧିବେଶନର ପ୍ରଥମ ଦିନରେ ହିଁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ସୋମବାର, ଜୁଲାଇ ୨୧, ୨୦୨୫ରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ଏହି ଅପ୍ରତ୍ୟାଶିତ ଇସ୍ତଫା ପରେ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଇସ୍ତଫା ପଛର କାରଣ ବି ଏବେ ରାଜନୀତିର ହଟ୍ ଟପିକ ପାଲଟିଛି ।

ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ନାମ ସାମ୍ନାକୁ ଆସିନାହିଁ । ଶାସକ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଖୁବଶୀଘ୍ର ନିଜର ପ୍ରାର୍ଥୀ ଘୋଷଣା କରିବ ବୋଲି ଆଶା କରାଯାଉଛି । ତେବେ ରେସରେ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂଙ୍କ ନାମ ସମ୍ଭାବ୍ୟ ପ୍ରାର୍ଥୀ ଭାବେ ଚର୍ଚ୍ଚା ହେଉଥିବା ବେଳେ ନୂତନ ଉପରାଷ୍ଟ୍ରପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ରାଜ୍ୟସଭାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ।

Leave A Reply

Your email address will not be published.