ଜେଲରୁ ବାହାରିବାକୁ ଚାହୁଁନି ଅଫତାବ୍: କାହିଁକି ଜାଣନ୍ତୁ?

0

ନୂଆଦିଲ୍ଲୀ (ଆମ ଟିଭି): ଜେଲରେ ଏବେ ଅଫତାବ୍ । ବହୁ ଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ମର୍ଡର କେସର ଅଭିଯୁକ୍ତ ଆଫତାବ୍ ନିଜ ଜାମିନ ଆବେଦନକୁ ଫେରାଇ ନେଇଛି । ଏହି ସୂଚନା ଦେଇଛନ୍ତି ଆଫତାବଙ୍କ ଓକିଲ । ଆଫତାବଙ୍କ ସହ ୫୦ ମିନିଟ ଧରି ଆଲୋଚନା ପରେ ନିଜ ଜାମିନ୍ ଆବେଦନକୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଥିଲା ଆଫତାବ ।

ଏହାପୂର୍ବରୁ ଡିସେମ୍ବର ୧୭ରେ ସାକେତ କୋର୍ଟସ୍ଥିତ ଅତିରିକ୍ତି ସେସନ୍ ଜଜ୍ ବୃନ୍ଦା କୁମାରୀଙ୍କ ନିକଟରେ ଅଫତାବକୁ ଭିଡିଓ କନଫରେନ୍ସ ଜରିଆରେ ହାଜର କରାଯାଇଥିଲା। ଏହି ସମୟରେ ଅଫତାବ କୋର୍ଟଙ୍କୁ କହିଥିଲା ଯେ, ସେ ନିଜ ପାଇଁ ଜାମିନ ଆବେଦନ କରିବାକୁ ଚାହୁଁ ନାହିଁ କି ସେ କୌଣସି ଜାମିନ ଆବେଦନ କରିନାହିଁ। ଏହା ତା’ର ଓକିଲଙ୍କ ତରଫରୁ କରାଯାଇଛି ।

Leave A Reply

Your email address will not be published.