ଐଶର୍ଯ୍ୟାଙ୍କୁ ନୋଟିସ, ଜାଣନ୍ତୁ କାହିଁକି
ମୁମ୍ବାଇ: ଆଇନ ଜାଲରେ ଫସିଲେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ବଢ଼ିଲା ତାଙ୍କ ଅଡୁଆ। ଟ୍ୟାକ୍ସ ଭରିନଥିବା ଯୋଗୁ ତାଙ୍କୁ କୋର୍ଟ ପକ୍ଷରୁ ନୋଟିସ ଜାରି ହୋଇଛି। ସୂଚନା ମୁତାବକ, ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ନାମରେ ଥିବା ଜମିର ଟ୍ୟାକ୍ସ ସେ ଜମା କରିନାହାଁନ୍ତି। ତେଣୁ ଏହି କାରଣରୁ ତଙ୍କୁ ଏବେ ନାସିକର ତହସିଲଦାର ନୋଟିସ୍ ପଠାଇଛନ୍ତି।
ରିିପୋର୍ଟ ମୁତାବକ, ନାସିକର ସିନ୍ନରରେ ଅଦୱାଡି ଶିବରାତରେ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କର କିଛି ଜାଗା ଅଛି। ଯାହାର ଗଲା ଏକ ବର୍ଷ ଧରି ଟ୍ୟାକ୍ସ ପଇଠ କରାଯାଇନି। ଟ୍ୟାକ୍ସ ବାବଦକୁ ଅଭିନେତ୍ରୀଙ୍କୁ ପ୍ରାୟ ୨୧ ହଜାର ୯୬୦ ଟଙ୍କା ଦେବାକୁ ବାକି ଅଛି। ଏହି କାରଣରୁ ନାସିକର ତହସିଲଦାର ଐଶ୍ୱର୍ଯ୍ୟା ରାୟଙ୍କୁ ନୋଟିସ୍ ଜାରି କରିଛନ୍ତି। ତେବେ ଏହି ନୋଟିସ୍ ଆସନ୍ତା ଜାନୁଆରୀ ୯ ତାରିଖରେ ଐଶ୍ୱର୍ଯ୍ୟା ରାୟଙ୍କୁ ଦିଆଯାଇଥିବା ଜଣାପଡିଛି।