ଗେହଲଟଙ୍କୁ ନୋଟିସ, ଜାଣନ୍ତୁ କାହିଁକି ?

0

ନୂଆଦିଲ୍ଲୀ : ମାନହାନୀ ମାମଲାରେ କୋର୍ଟରେ ହାଜର ହେବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ନୋଟିସ୍। ଦିଲ୍ଲୀ ରାଉଜ୍ ଏଭେନ୍ୟୁ କୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଆସନ୍ତା ମାସ ୭ ତାରିଖରେ ତାଙ୍କୁ ହାଜର ହେବାକୁ କୁହାଯାଇଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କରିଥିବା ମାମଲାରେ ତାଙ୍କୁ ଏହି ନୋଟିସ୍‌ ହୋଇଛି। ୯୦୦ କୋଟି କ୍ରେଡିଟ୍‌ ସୋସାଇଟି ସ୍କାମ୍ ମାମଲାରେ ଗେହଲଟଙ୍କ ବିରୋଧରେ ଗଜେନ୍ଦ୍ର ସିଂହ ଦିଲ୍ଲୀର ସାଂସଦ-ବିଧାୟକ କୋର୍ଟକୁ ଯିବା ପରେ ଜଷ୍ଟିସ୍ ହରଜିତ୍ ସିଂହ ଜୈସପାଲ ନୋଟିସ୍‌ ଜାରି କରି ଗେହଲଙ୍କୁ ହାଜର ହେବାକୁ କହିଛନ୍ତି।

ତେବେ ପୂର୍ବରୁ ରାଉଜ୍ ଅଭନ୍ୟୁ କୋର୍ଟ ନିର୍ଦ୍ଦେଶ ନାମାକୁ ସ୍ଥଗିତ କରିଥିଲେ।

ସୂଚନା ଥାଉକି, ଏପ୍ରିଲ୍‌ରେ ଗଜେନ୍ଦ୍ର ସିଂହ ଶେଖାୱତ ରାଉଜ୍ ଏଭେନ୍ୟୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଗଜେନ୍ଦ୍ର ଅଭିଯୋଗ କରିଥିଲେ ଯେ, ସଞ୍ଜୀବନୀ କ୍ରେଡିଟ୍‌ ସୋସାଇଟି ଦୁର୍ନୀତି ମାମଲାରେ କୌଣସି ନାଁ ନ ଥାଇ ଗେହଲଟ ଅଯଥାରେ ତାଙ୍କ ନାମ ନେଉଛନ୍ତି। ତାଙ୍କ ବିରୋଧରେ ଏବାବଦରେ ରାଜସ୍ଥାନ ସରକାର କୌଣସି ତଦନ୍ତ ମଧ୍ୟ କରୁନାହାନ୍ତି। ଏଥିଯୋଗୁ ତାଙ୍କ ମାନହାନୀ ହୋଇଥିବା ଅଭିଯୋଗ କରି ଆଇପିସିର ଧାରା ଅନୁଯାୟୀ ଗେହଲଙ୍କୁ ଦଣ୍ଡବିଧାନ କରିବାକୁ ଗଜେନ୍ଦ୍ର କୋର୍ଟରେ ନିବେଦନ କରିଥିଲେ।

Leave A Reply

Your email address will not be published.