ଧାମନଗର ଉପ ନିର୍ବାଚନ ପାଇଁ ଜାରି ହେଲା ବିଜ୍ଞପ୍ତି

0

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗାମୀ ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ହେବ। ଅକ୍ଟୋବର ୧୪ ତାରିଖ ପ୍ରାର୍ଥୀମାନଙ୍କର ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି। ୧୫ ତାରିଖରେ ନାମାଙ୍କନ ପତ୍ରର ଯାଞ୍ଚ କରାଯିବ। ଠିକ୍ ସେହିପରି ୧୭ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ନଭେମ୍ବର ୬ ତାରିଖରେ ଧାମନଗର ଉପନିର୍ବାଚନର ଭୋଟ୍ ଗଣତି ହେବ ଏବଂ ସେହି ଦିନ ଫଳାଫଳ ଘୋଷଣା କରାଯିବ ବୋଲି ଜଣାଯାଇଛି। ଏହି ଉପନିର୍ବାଚନ ପ୍ରକ୍ରିୟା ନଭେମ୍ବର ୮ ତାରିଖରେ ଶେଷ ହେବ। ଏନେଇ ଅକ୍ଟୋବର ୭ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତ ପ୍ରକାଶ ପାଇବ ବୋଲି ପୂର୍ବରୁ ଭାରତର ନିର୍ବାଚନ କମିସନଙ୍କ ସଚିବ ସୂଚନା ଦେଇଥିଲେ। ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି।

ସୂଚନା ଅନୁଯାୟୀ, ପୂର୍ବରୁ ରାଜ୍ୟ ବିଧାନସଭାର ଭଦ୍ରକ ଜିଲ୍ଲାର ୪୬-ଧାମନଗର (ଏସ୍ସି) ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ପରେ ବିଧାନସଭାରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହେବା ସଂକ୍ରାନ୍ତରେ ବିଧାନସଭାର ସ୍ବତନ୍ତ୍ର କାର୍ଯ୍ୟରତ ଅଧିକାରୀ ତଥା ସଚିବ ଦାଶରଥୀ ଶତପଥୀ ଏକ ବିଜ୍ଞପ୍ତି ଜାରି କରିଥିଲେ।

Leave A Reply

Your email address will not be published.