କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦର ପାକିସ୍ତାନରେ ଲଢିବେ ନିର୍ବାଚନ
ନୂଆଦିଲ୍ଲୀ: ଆଗକୁ ଆସୁଛି ପାକିସ୍ତାନରେ ନିର୍ବାଚନ । ଯାହାକୁ ନେଇ ଭିନ୍ନ ଭିନ୍ନ ଘଟଣା ଦେଖିବାକୁ ମିଳୁଛି । କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦର ରାଜନୈତିକ ଦଳ ‘ପାକିସ୍ତାନ ମାର୍କାଜି ମୁସଲିମ ଲିଗ’ ଆସନ୍ତା ନିର୍ବାଚନରେ ଭାଗ ନେବାକୁ ଯାଉଛି । ପାକିସ୍ତାନର ସମସ୍ତ ସଂସଦ ଓ ବିଧାନସଭା ଆସନରେ ନିର୍ବାଚନ ଲଢିବାକୁ ଦଳ ଘୋଷଣା କରିଛି । ହାଫିଜ ସଇଦର ପୁଅ ମଧ୍ୟ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛି । ଏହି ଦଳ ନୱାଜ ସରିଫଙ୍କ ବିରୋଧରେ ପ୍ରାର୍ଥୀ ମଧ୍ୟ ଦେଇଛି ।ଔଙଓଘ ଘଙଡ
ଫେବୃଆରୀ ୮ , ୨୦୨୪ ରେ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭାରତର ମୋଷ୍ଟ ୱାଣ୍ଟେଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦର ରାଜନୈତିକ ଦଳ ‘ପାକିସ୍ତାନ ମାର୍କାଜୀ ମୁସଲିମ ଲିଗ’ ଅଂଶଗ୍ରହଣ କରିବ ବୋଲି ଘୋଷଣା କରିଛି । ଦଳ ସମସ୍ତ ସଂସଦୀୟ ତଥା ବିଧାନସଭା ଆସନରେ ନିଜର ପ୍ରାର୍ଥୀ ଦେବ ବୋଲି ନିଷ୍ପତ୍ତି ନେଇଛି । ଏହି ନିର୍ବାଚନରେ ହାଫିଜ ସଇଦର ପୁଅ ତାଲହା ସଇଦ ମଧ୍ୟ ପ୍ରତିଦ୍ବନ୍ଦିତା କରିବ ବୋଲି ଜଣାପଡିଛି ।