ଏବେ ମାଗଣାରେ ହେବ ଆଧାର ଅପଡେଟ

0

ନୂଆଦିଲ୍ଲୀ : ଆଧାର କାର୍ଡ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଯଦି ଆଧାର କାର୍ଡ ୧୦ ବର୍ଷ ପୂର୍ବେ ତିଆରି ହୋଇଛି କିମ୍ବା ୧୦ ବର୍ଷ ପୂର୍ବେ ଅପଡେଟ ହୋଇଛି, ତେବେ ଏବେ ଆଧାର କାର୍ଡ ଅପଡେଟ କରିବାକୁ ପଡିବ। ସରକାର କହିଛନ୍ତି ଯେଉଁମାନଙ୍କର ଆଧାର ୧୦ ବର୍ଷ ହୋଇଛି ସେମାନଙ୍କୁ ବାଧ୍ୟତାମୂଳକ ଭାବେ ଆଧାର ଅପଡେଟ କରିବାକୁ ପଡିବ। ଏହାର ଶେଷ ତାରିଖ ୧୪ ଡିସେମ୍ବର ଭାବରେ ସ୍ଥିର କରାଯାଇଛି। ୧୪ ଡିସେମ୍ବର ପର୍ଯ୍ୟନ୍ତ ଆଧାର କାର୍ଡକୁ ମାଗଣାରେ ଅପଡେଟ କରିହେବ। ଏହା ପରେ ପରେ ଅପଡେଟ ପାଇଁ ଦେୟ ଦେବାକୁ ପଡିବ । ଘରେ ମାଗଣାରେ ବସି କିପରି ଆଧାର କାର୍ଡକୁ ଅପଡେଟ କରିହେବ ସେ ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଇଛି।

ଆଧାର ଅପଡେଟ ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଦରକାର। ପ୍ରଥମ ପରିଚୟ ପତ୍ର ଏବଂ ଦ୍ୱିତୀୟ ଠିକଣା ପ୍ରମାଣ। ସାଧାରଣତଃ ଆଧାର ଅପଡେଟ ପାଇଁ ଆଧାର କେନ୍ଦ୍ରରେ ୫୦ ଟଙ୍କା ଶୁଳ୍କ ଆଦାୟ କରାଯାଏ, କିନ୍ତୁ ୟୁଆଇଡିଏଆଇ ଅନୁଯାୟୀ ଏହି ସେବା ଡିସେମ୍ବର ୧୪ ପର୍ଯ୍ୟନ୍ତ ମାଗଣା ଅଟେ। ପରିଚୟ ପ୍ରମାଣ ଭାବରେ ଭୋଟର କାର୍ଡ ଦିଆ ଯାଇପାରିବ ।

ଘରେ ବସି ଏହା କରିବା ଲାଗି ମୋବାଇଲ କିମ୍ବା ଲାପଟପରୁ ୟୁଆଇଡିଏଆଇ ୱେବସାଇଟକୁ ଯାଇ ଏହା ପରେ ଆଧାର ଅପଡେଟ ଉପରେ କ୍ଲିକ କରିବାକୁ ପଠିବ। ବର୍ତ୍ତମାନ ଆଧାର ନମ୍ବର ଏଣ୍ଟର କରି ଓଟିପି ମାଧ୍ୟମରେ ଲଗଇନ କରିବାକୁ ହେବ।

ଏହା ପରେ ଡକ୍ୟୁମେଣ୍ଟ ଅପଡେଟ ଉପରେ କ୍ଲିକ କରି ଭେରିଫାଏ କରିବାକୁ ହେବ। ପରେ ନିମ୍ନ ଡ୍ରପ ତାଲିକାରେ ପରିଚୟ କାର୍ଡର ସ୍କାନ ହୋଇଥିବା କପି ଏବଂ ଠିକଣା ପ୍ରୁଫ ଅପଲୋଡ କରିବାକୁ ହେବ।

ଏହା ପରେ ସବମିଟ ଉପରେ କ୍ଲିକ କରିବାକୁ ହେବ। ଏହା ପରେ ଏକ ରିକ୍ୱେଷ୍ଟ ନମ୍ବର ମିଳିବ ଏବଂ ଫର୍ମ ଦାଖଲ ହୋଇଯିବ। ରିକ୍ୱେଷ୍ଟ ନମ୍ବରରୁ ଅପଡେଟର ସ୍ଥିତି ଯାଞ୍ଚ କରିହେବ। କିଛି ଦିନ ପରେ ଆଧାର ଅପଡେଟ ହୋଇଯିବ।

Leave A Reply

Your email address will not be published.