ଏଣିକି ପ୍ରତି ମାସରେ ମାଗଣାରେ ମିଳିବ ୩୦୦ ୟୁନିଟ୍ ବିଜୁଳି: ଜାଣନ୍ତୁ କେଉଁଠି ?

0

ଚଣ୍ଡିଗଡ଼ (ଆମ ଟିଭି): କଥା ରଖିଲେ ଆପ୍ ସରକାର । ଦିଲ୍ଲୀ ଭଳି ପଞ୍ଜାବ ସରକାର ମଧ୍ୟ ନିଜ ରାଜ୍ୟରେ ଲୋକଙ୍କୁ ମାଗଣାରେ ବିଜୁଳି ଦେବା ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି। ପଞ୍ଜାବର ଆପ୍ ସରକାର ଏଠାକାର ଲୋକଙ୍କୁ ମାଗଣାରେ ବିଜୁଳି ଦେବାକୁ ସର୍କୁଲାର ଜାରି କରିଛନ୍ତି। ଏହି ସର୍କୁଲାର ଅନୁସାରେ, ପ୍ରତି ମାସରେ ୩୦୦ ୟୁନିଟ୍ ବିଜୁଳି ମାଗଣାରେ ମିଳିବ। ଏହି ଅନୁଯାୟୀ, ଏକ ବିଲ୍ରେ ୬୦୦ ୟୁନିଟ୍ ଫ୍ରିରେ ଦିଆଯିବ।

ପଞ୍ଜାବର ଭଗବନ୍ତ ମାନ୍ ସରକାର ପଞ୍ଜାବ ବିଧାନସଭା ନିର୍ବାଚନ ବେଳେ ଆମ୍ ଆଦ୍ମୀ ପାର୍ଟି ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ଭଗବନ୍ତ ମାନ୍ ସରକାର ପଞ୍ଜାବ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି। ଏଥିସହ ସେ କହିଛନ୍ତି ଯେ ଦେଇଥିବା ପ୍ରତିଟି ପ୍ରତିଶ୍ରୁତିକୁ ସେ ଆଗାମୀ ଦିନରେ ପୂରଣ କରିବେ। ପଞ୍ଜାବବାସୀ ଯେଉଁ ଆଶା ଓ ବିଶ୍ୱାସରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଛନ୍ତି, ସେ ତାହାକୁ ପୂରଣ କରିବେ। ଲୋକଙ୍କର କୌଣସି ବିଶ୍ୱାସକୁ ଭାଙ୍ଗିବେନି ବୋଲି କଥା ଦେଇଛନ୍ତି ଭଗବନ୍ତ ମାନ୍। ପଞ୍ଜାବ ସରକାର ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଷଳ, ତାହା ଆଜି ସଫଳ କରିଛନ୍ତି ।

Leave A Reply

Your email address will not be published.