ଏବେ ବୁଝୁଛି ମାଲଦ୍ୱୀପ
ଭାରତ ସହ କୂଟନୈତିକ ବିବାଦ ପରେ ମାଲଦ୍ୱୀପକୁ ପର୍ଯ୍ୟଟନ ପାଇଁ ଆସୁଥିବା ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ୨୦୨୩ ମସିହାରେ ମାଲଦ୍ୱୀପ ପରିଦର୍ଶନ କରିଥିବା ୧୭ ଲକ୍ଷରୁ ଅଧିକ ପର୍ଯ୍ୟଟକଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ (୨୦୯୧୯୮), ଭାରତ ପରେ ରୁଷ ଏବଂ ଚାଇନିଜ୍ ଥିଲେ ।
ଚୀନ୍ର କଥାରେ ପଡି ମାଲଦ୍ୱୀପ ପାଇଁ ଭାରତ ସହ ସମ୍ପର୍କ ଖରାପ କରିବା ମହଙ୍ଗା ପଡିଛି । ପରିସ୍ଥିତି ଏପରି ସ୍ତରରେ ପହଞ୍ଚିଛି ଯେ ମାଲଦ୍ୱୀପରେ ଭାରତୀୟ ପର୍ଯ୍ୟଟକଙ୍କ ଅଭାବ ହେତୁ ଏହାର ଅର୍ଥନୀତି ପ୍ରତିକୂଳ ପ୍ରଭାବିତ ହେଉଛି । ଏହି କାରଣରୁ ମାଲଦ୍ୱୀପ ବର୍ତ୍ତମାନ ଆଣ୍ଠେଇ ପଡିଛି ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଭାରତୀୟ ସହରରେ ରୋଡ୍ ସୋ ଆୟୋଜନ କରିବାକୁ ଯୋଜନା କରୁଛି ।