ଏବେ କୋର୍ଟରେ ଲଢେଇ ହେବ; କୁସ୍ତିଯୋଧ୍ୟା

0

କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିବା ଦେଶର ଷ୍ଟାର ରେସଲରମାନେ ଆଉ ରାଜରାସ୍ତାକୁ ଓହ୍ଲାଇବେ ନାହିଁ। ସେମାନେ ନ୍ୟାୟ ପାଇଁ କୋର୍ଟରେ ଲଢ଼େଇ କରିବେ ବୋଲି ଘୋଷଣା କରିଛନ୍ତି।

୫ ମାସ ତଳେ ଦେଶର କିଛି ଷ୍ଟାର ମହିଳା ରେସଲର ଶ୍ରୀ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିବା ସହ ଦିଲ୍ଲୀର ଯନ୍ତରମନ୍ତରରେ ବିକ୍ଷୋଭ ଆରମ୍ଭ କରିଥିଲେ। ଦୁଇଟି ପର୍ଯ୍ୟାୟରେ ସେମାନେ ବିକ୍ଷୋଭ କରିବାରୁ ପୂରା ଦେଶରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା।

ଦିଲ୍ଲୀ ପୁଲିସ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ କରି ଜୁନ ୧୫ରେ ଚାର୍ଜଶିଟ ମଧ୍ୟ ଦାଖଲ କରିଛି। ଚାର୍ଜଶିଟ ଦାଖଲ ହୋଇଥିବାରୁ ରେସଲରମାନେ ଏବେ କୋର୍ଟରେ ଲଢ଼େଇ କରିବେ ବୋଲି କହିଛନ୍ତି।

ରେସଲରଙ୍କ ଆନ୍ଦୋଳନର ନେତୃତ୍ୱ ନେଉଥିବା ଭିନେଶ ଫୋଗଟ, ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆ ଟ୍ୱିଟ କରି ଆଗକୁ ନ୍ୟାୟ ପାଇଁ ଲଢ଼େଇ କୋର୍ଟରେ ହେବ ବୋଲି ସୂଚନା ଦେଇଛନ୍ତି। ସେହିପରି ଜୁନ ୭ ଆଲୋଚନା ବେଳେ ସରକାର କୁସ୍ତି ଯୋଦ୍ଧାଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି।

ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍‌ ତଦନ୍ତ କରି ଚାର୍ଜଶିଟ ମଧ୍ୟ ଦାଖଲ କରିଛି। ଏପରି ସ୍ଥିତିରେ ରେସଲରମାନେ ନ୍ୟାୟ ପାଇବା ଯାଏ ଆନ୍ଦୋଳନ ଜାରି ରଖିବେ। କିନ୍ତୁ ଲଢ଼େଇ ଏଥର କୋର୍ଟରେ ହେବ, ରାସ୍ତାରେ ନୁହେଁ ବୋଲି ଏହି ୩ ଷ୍ଟାର ରେସଲର କହିଛନ୍ତି।

ଏହାବାଦ କୁସ୍ତି ମହାସଂଘରେ ସଂସ୍କାର ଓ ନିର୍ବାଚନ ଉପରେ ସରକାର ଦେଇଥିବା ପ୍ରତିଶ୍ରୁତି ଅନୁସାରେ ପ୍ରକ୍ରିୟା ଆମ୍ଭ ହୋଇଛି। ଜୁଲାଇ ୧୧ରେ ସରକାର ନିର୍ବାଚନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏବେ ଏହାକୁ ଅପେକ୍ଷା କରାଯାଇଥିବା ମଧ୍ୟ ସେମାନେ କହିଛନ୍ତି।

Leave A Reply

Your email address will not be published.