ଏବେ ସାଉଥ ଇଣ୍ଡିଆ କମ୍ପାନୀ ଓଡ଼ିଶାରେ ରାଜ୍ କରୁଛି: ମୋହନ ମାଝୀ

0

ଭୁବନେଶ୍ୱର (ଆମ ଟିଭି): ଅପରାଜିତା, ମନମୋହନଙ୍କ ପରେ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ଟାର୍ଗେଟରେ ୫ଟି ସଚିବ । କହିଲେ, ଇଷ୍ଟ ଇଣ୍ଡିଆ କମ୍ପାନୀ ଦୁଇ ଶହ ବର୍ଷ ଶାସନ କରିଥିଲା ଆଉ ଏବେ ସାଉଥ୍ ଇଣ୍ଡିଆ କମ୍ପାନୀ ରାଜ୍ କରୁଛି। ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ୫ଟି ସଚିବଙ୍କୁ ପାଓ୍ବାର୍ ଅଫ୍ ଅଟର୍ଣ୍ଣି ଦେଇଦିଅନ୍ତୁ, ନଚେତ୍ ସୁପର ସିଏମ୍ ଦାୟିତ୍ବ ଦେଇଦିଅନ୍ତୁ ବୋଲି କହିବା ସହିତ ଜୋରଦାର ବର୍ଷଛନ୍ତି ମୋହନ ।

ମୁଖ୍ୟମନ୍ତ୍ରୀ ଯଦି କୁଆଡେ ଯାଇପାରୁନାହାନ୍ତି, ତେବେ କ୍ୟାବିନେଟ ମନ୍ତ୍ରୀଙ୍କୁ ପଠାଇ ପାରି ଥାନ୍ତେ, କିନ୍ତୁ ସରକାରୀ କର୍ମଚାରୀକୁ ପଠାଇବା ଏବଂ ସେ ଭାଷଣ ଦେବା ଏହା କେଉଁ ଗଣତନ୍ତ୍ରିକ ପ୍ରକ୍ରିୟାରେ ଆସିଲା ? ଗଣତନ୍ତ୍ରର ହତ୍ୟା ହୋଇଛି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ।

Leave A Reply

Your email address will not be published.