ଏବେ ନନ୍ଦନକାନନରେ ହେବ ନାଇଟ୍ ସଫାରୀ

0

ଭୁବନେଶ୍ୱର (ଆମ ଟିଭି): ଏବେ ନନ୍ଦନକାନନରେ ହେବ ନାଇଟ ସଫାରୀ । ଏଥିପାଇଁ ସଫାରୀ କମ୍ପେ୍ଲକ୍ସ ନିର୍ମାଣ କରାଯିବ । ଏହି ରାତ୍ରୀକାଳୀନ ସଫାରିରେ ପର୍ଯ୍ୟଟକମାନେ ରାତିରେ ସଫାରି ଭିତରେ ବୁଲିପାରିବେ । ରାତିରେ ଜଙ୍ଗଲ ଭିତରେ ବୁଲି ଜୀବଜନ୍ତୁଙ୍କୁ ଦେଖିପାରିବେ । ଏହାସହ ଲୋକଙ୍କୁ ଆକର୍ଷିତ କରିବାପାଇଁ ଏଠାକୁ ଆହୁରି ନୂଆ ନୂଆ ଜୀବଙ୍କୁ ଆଣିବାକୁ ମଧ୍ୟ ଯୋଜନା କରାଯାଉଛି ।

ଦ୍ୱିତୀୟ ପର୍ଯ୍ୟାୟରେ ଚୂଡଙ୍ଗ ଜଙ୍ଗଲକୁ ନନ୍ଦନକାନନରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଆଗରୁ କେବଳ ସିଙ୍ଗାପୁର ଭଳି ଦେଶରେ ଏପରି ବ୍ୟବସ୍ଥା ରହିଥିଲା । ଆଉ ଏବେ ଏହା ଓଡିଶାରେ ହେବାକୁ ଯାଉଛି ।

Leave A Reply

Your email address will not be published.