ଏଣିକି ମାଗଣା ଯୋଜନା ଉପରେ ଲାଗିବ କଟକଣା, ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା

0

ନୂଆଦିଲ୍ଲୀ(ଆମ ଟିଭି): ଏଣିକି ଆଉ ମନ ଇଚ୍ଛା ମାଗଣା ଯୋଜନା ଘୋଷଣା କରିପାରିବେନି । ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ଘୋଷଣା କରୁଥିବା ମାଗଣା ଯୋଜନା ଉପରେ ଲାଗିବ ଅଙ୍କୁଶ। ଏ ନେଇ ସୁପ୍ରିମକୋର୍ଟରେ କରାଯାଇଥିବା ଜନସ୍ବାର୍ଥ ମାମଲାର ରାୟକୁ ଅପେକ୍ଷା କରାଯାଇଛି। ଯଦି କୌଣସି ଦଳ ନିର୍ବାଚନ ପ୍ରଚାରରେ ଭୋଟ ହାତେଇବା ପାଇଁ ମାଗଣା ଯୋଜନା ଘୋଷଣା କରେ ତେବେ ସେ ଦଳର ଚିହ୍ନକୁ ବାତିଲ କରାଯାଉ ବୋଲି କୋର୍ଟରେ ଆବେଦନ କରାଯାଇଛି।

ଗତକାଲି ସୁପ୍ରିମକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଉପରେ ଶୁଣାଣି ହୋଇଥିଲା। ମୁଖ୍ୟ ବିଚାରପତିଙ୍କ କୋର୍ଟରେ ଏହା ପଡିବା ପରେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିଥିବାରୁ ଶୁଣାଣି ହୋଇପାରିଲା ନାହିଁ। ହେଲେ ମୁଖ୍ୟ ବିଚାରପତି ଏହି ମାମଲାକୁ ତାଲିକାରୁ ହଟାଯିବ ନାହିଁ ଏବଂ ପରବର୍ତ୍ତି ସମୟରେ ଶୁଣାଣି କରିବେ ବୋଲି କହିଥିଲେ। ଫଳରେ ଯେତେବେଳେ ଏହି ମାମଲାର ଶୁଣାଣି ହେବ ସେତେବେଳେ ରାଜନୈତିକ ଦଳର ଏହି ଫନ୍ଦିଫାନ୍ଦି ଘୋଷଣାର ଏକ ବିରାମ ଲାଗିବ ବୋଲି ଆଶା କରାଯାଉଛି।

ସାଧାରଣତଃ ନିର୍ବାଚନ ସମୟରେ ପ୍ରାୟ ସବୁ ରାଜନୈତିକ ଦଳ ଭୋଟ ହାତେଇବା ପାଇଁ ବିଭିନ୍ନ ଲୋଭନୀୟ ଯୋଜନା ବା ମାଗଣା ଯୋଜନାର ଘୋଷଣା କରିଥାନ୍ତି। ନିର୍ବାଚନରେ ବିଜୟ ଲାଭ କରିବା ପରେ ସେମାନେ ଦେଇଥିବା ପ୍ରତିଶୃତି ପୂରଣ କରିବା ପାଇଁ ଚେଷ୍ଠା କରନ୍ତି। ଫଳରେ ରାଜ୍ୟ ବା ଦେଶ ରାଜକୋଷରୁ କୋଟିକୋଟି ଟଙ୍କା ବରବାଦ ହୁଏ। ଏହାକୁ ରୋକିବା ପାଇଁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଶ୍ରୀ ଅଶ୍ବିନୀ ଉପାଧ୍ୟାୟ ଏକ ଜନସ୍ବାର୍ଥ ମାମଲା ଋଜୁ କରିଛନ୍ତି।

Leave A Reply

Your email address will not be published.