ଏବେ ସପ୍ତାହର ସାତ ଦିନ ଦେଖନ୍ତୁ ଜୀ-ସାର୍ଥକର ସମସ୍ତ ଲୋକପ୍ରିୟ ମେଗା ଧାରାବାହିକ

0

ଭୁବନେଶ୍ୱର: ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣିତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ ଯେଉଁଥି ପାଇଁ ଦର୍ଶକ ଜୀ-ସାର୍ଥକକୁ ସବୁବେଳେ ଓଡ଼ିଶାର ଏକ ନମ୍ବର ମନୋରଞ୍ଜନ ଚ୍ଯାନେଲ ଭାବରେ ଅଗ୍ରାଧିକାର ଦେଇଛନ୍ତି। ସେହି ପରିପ୍ରେକ୍ଷିରେ ଦର୍ଶକଙ୍କ ପସନ୍ଦକୁ ଆଖି ଆଗରେ ରଖି, ଜୀ-ସାର୍ଥକରେ ସମସ୍ତ ଲୋକପ୍ରିୟ ମେଗା ଧାରାବାହିକ ସବୁ ଦର୍ଶକ ଦେଖିବେ ଏବେ ସପ୍ତାହର ସାତ ଦିନ ଅର୍ଥାତ ସୋମବାରରୁ ରବିବାର ପର୍ଯନ୍ତ ଜୀ-ସାର୍ଥକର ଦର୍ଶକ ଦେଖିବେ ତାଙ୍କର ସମସ୍ତ ପ୍ରିୟ ମେଗା ଧାରାବାହିକ ସବୁ ।

ଜୀ-ସାର୍ଥକ ତାର ସମସ୍ତ ଦର୍ଶକଙ୍କୁ ସର୍ବଦା ନୂଆ କାହାଣୀ ଓ ନୂଆ ରିୟାଲିଟି ଶୋ ଦେଖାଇବା ପାଇଁ ପ୍ରତିଶୃତିବଦ୍ଧ ଓ ମନୋରଞ୍ଜନ ମାଧ୍ୟମରେ ସବୁବେଳେ ଜୀ-ସାର୍ଥକ ତାର ଦର୍ଶକଙ୍କ ଭଲ ପାଇବା ସାଉଁଟିବା ପାଇଁ ଚେଷ୍ଟାରତ । ସେଥିପାଇଁ ସବୁବେଳେ ନୂଆ କାହାଣୀ, ଅଦ୍ଭୁତ ରିୟ୍ଯାଲିଟି ଶୋ ସବୁ ଓ ଦର୍ଶକଙ୍କ ଇଚ୍ଛା ଅନୁସାରେ ମନୋରଂଜନ କାର୍ଯକ୍ରମ ଦେଖାଇ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି । ସଦ୍ୟ ଆରମ୍ଭ ହୋଇଥିବା ମେଗା ଧାରାବାହିକ ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ,-ଜୀ-ସାର୍ଥକ ସଂସାର ଡବଲ୍ସ୍ ଲିଗ୍, ‘ଶ୍ରୀ’ ଓ ‘ମଧୁର ସଂସାର’ ପ୍ରଥମ ମାସରେ ହିଁ ଦର୍ଶକଙ୍କ ଭଲପାଇବା ପାଇଛି । ଜୀ-ସାର୍ଥକକୁ ସବୁବେଳେ ଓଡ଼ିଶାର ଏକ ନମ୍ବର ମନୋରଞ୍ଜନ ଚ୍ଯାନେଲ କରିଥିବାରୁ, ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍ ଜୀ-ସାର୍ଥକର ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.