ନୂଆଦିଲ୍ଳୀ (ଆମ ଟିଭି): ଆପଣ ପାନକାର୍ଡକୁ ଆଧାରକାର୍ଡ ସହ ସଂଯୋଗ କରିଛନ୍ତି କି? ଯଦି ନ କରିଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ପାନକାର୍ଡକୁ ଆଧାର ସହ ସଂଯୋଗ କରିବା ପାଇଁ ଦେବାକୁ ପଡିବ ଦେୟ । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର । ଏଥିରେ ପ୍ରଭାବିତ ହେବେ ୧୩ କୋଟିରୁ ଅଧିକ ଲୋକ। ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନଠାରୁ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ପାନକୁ ଆଧାର ସହିତ ସଂଯୋଗ କରିବା ପାଇଁ ୧୦୦୦ ହଜାର ଟଙ୍କା ଶୁଳ୍କ ଦେବାକୁ ପଡ଼ିବ । ଯଦି ଏପରି ନହୁଏ ତେବେ ସରକାର ୧୩ କୋଟିରୁ ଅଧିକ ଲୋକଙ୍କର କାର୍ଡ ରଦ୍ଦ କରିପାରନ୍ତି ।
କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) କହିଛି, ୬୧କୋଟି ୟୁଜର୍ସଙ୍କ ମଧ୍ୟରୁ ୪୮ କୋଟି ଲୋକ ଆଜିଯାଏଁ ପାନ୍ ସହ ଆଧାର ଲିଙ୍କ କରିନାହାନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପାନ୍ ଏବଂ ଆଧାର ସଂଯୋଗ କରିବାକୁ ୩୧ ମାର୍ଚ୍ଚ ୨୦୨୩ ଯାଏ ସମୟ ସୀମା ଧାର୍ୟ୍ୟ କରାଯାଇଛି ।