ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ‘ବୋଉର ହାତବାକ୍ସ’
ଭୁବନେଶ୍ଵର (ଆମ ଟିଭି): ଚଳଚ୍ଚିତ୍ର ‘ବୋଉର ହାତବାକ୍ସ’ ର ଶୁଭ ମୁକ୍ତିଲାଭ ଅବସରରେ ଅଭିନେତା ଓ ଅନ୍ୟମାନେ ଉପସ୍ଥିତ ଥିଲେ l କାହାଣୀ ଟି ଏମିତି;ପରିବାର ପାଇଁ ସନ୍ତୁଳି ହେଉଥିବା ଚରିତ୍ରଟି ହେଉଛି ବୋଉ। ସ୍ନେହ ଓ ସମ୍ପର୍କକୁ ନେଇ ପରିବାର ଗଢ଼ୁଥିବା ବୋଉ ନିଜ ପିଲାଙ୍କ ପାଇଁ କେତେ କ’ଣ କରିଥାଏ। ବିଶେଷକରି ଓଡିଆ ଘରେ ପିଲାଙ୍କ ପାଇଁ ସବୁ ବୋଉ ହାତ ବାକ୍ସଟିଏ ରଖୁଥାନ୍ତି। କିନ୍ତୁ ସେଥିରେ କ’ଣ ଥାଏ ତାହା କାହାକୁ ବି ଜଣା ନ ଥାଏ । ଏଭଳି ଏକ ଅକୁହା ଯାଏ ଲମ୍ବିଥିବା ସ୍ନେହ ଓ ସମ୍ପର୍କକୁ ଅତି ନିଚ୍ଛକଭାବେ ଦର୍ଶକଙ୍କ ସାମ୍ନାକୁ ଆଣିଛି। ଓଡିଆ ପରିବାରର ଶବ୍ଦ ଚାତୁରୀ ବଡ ପରଦାରେ କଥାକୁ ନେଇ ଏବେ ପ୍ରେକ୍ଷାଳୟକୁ ଆସିଛି ଚଳଚ୍ଚିତ୍ର ବୋଉ ‘ବୋଉର ହାତବାକ୍ସ’ । ଗାଁରେ ଥିବା ପରିବାର ଓ ସହରରେ ରହୁଥିବା ପୁଅକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ର ଶୁକ୍ରବାର ରାଜ୍ୟର ୩୦ଟି ପ୍ରେକ୍ଷାଳୟରେ ଶୁଭମୁକ୍ତି ହୋଇଛି। ନାରାୟଣ ପତିଙ୍କ ନିର୍ଦ୍ଦେଶନାରେ ଚଳଚ୍ଚିତ୍ରଟି ଗାଁଠୁ ସହର ଭୂମିକାରେ ଲୋପାମୁଦ୍ରା ମିଶ୍ର ରହିଥିବାବେଳେ
ରାଜେଶ ପଣ୍ଡା, ସବିତା ପ୍ରମୁଖ ଅଭିନୟ କରିଛନ୍ତି। ନିର୍ମାତା ସଂଜୟ ଦାସ ପାରମ୍ପରିକ ଚଳଚ୍ଚିତ୍ରଠୁ ଦୂରରେ ରହି ଏଭଳି ଏକ ବାସ୍ତବ କାହାଣୀ ତଥା ପ୍ରତ୍ୟେକ ପରିବାରର ବାସ୍ତବ କାହାଣୀକୁ ନେଇ ଆଉ ଏକ ଓଡ଼ିଆ ସିନେମା କାହାଣୀକୁ ଚଳଚ୍ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରିଛନ୍ତି।
ଡ. ଆରତୀ ପାଟ୍ଟଯୋଶୀଙ୍କ କାହାଣୀ ସହ ନାରାୟଣ ପତିଙ୍କ ଚିତ୍ରନାଟ୍ୟ ଓ ବଳିଷ୍ଠ ନିର୍ଦ୍ଦେଶନା ସିନେମାକୁ ଜୀବନ୍ତ କରିଛି ଚଇରୋସନା ଫିଲ୍ମ ପ୍ରଯୋଜିତ ଓ ସଂଜୟ ଦାସ ନିବେଦିତ ‘ ବୋଉର ହାତବାକ୍ସ’ରେ ଦେବଦାସ ଛୋଟରାୟ ଓ ମାନଗୋବିନ୍ଦ ବାରିକ ଗୀତ ରଚନା କରିଥିବାବେଳେ ସଂଗୀତରେ ସଜାଇଛନ୍ତି ନବାଗତ ସଂଗୀତ ନିର୍ଦ୍ଦେଶକ କ୍ଷୀତିପ୍ରକାଶ ମହାପାତ୍ର। ବିରଜା ପ୍ରସନ୍ନ କର ଚିତ୍ର ଉତ୍ତୋଳନ ଓ ଚନ୍ଦ୍ରଶେଖର ମିଶ୍ର ସମ୍ପାଦନା କରିଛନ୍ତି। ଚଳଚ୍ଚିତ୍ରର ମିଡିଆ କ୍ରିଏଟିଭ୍ ହେଡ୍ ରହିଛନ୍ତି ପ୍ରଣୟ ଜେଠୀ। ଦମନ ଓ ପ୍ରତୀକ୍ଷା ପରି ବାସ୍ତବ କାହାଣୀକୁ ନେଇ ନିର୍ମିତ ‘ବୋଉର ହାତବାକ୍ସ’ ଭଲ ଚାଲିବ ବୋଲି ଆଶା କରାଯାଉଛି।