ସେପ୍ଟେମ୍ବର ୨୨ରୁ ଆଓ ନେକ୍ସଟରେ ଷ୍ଟ୍ରିମ୍ ହେବାକୁ ଯାଉଛି ଓଡିଆ ଫିଲ୍ମ ‘ଘମାଘୋଟ୍’*

0

ବର୍ଷ ଆରମ୍ଭରେ ସଫଳତାର ସହ ଓଡ଼ିଶାର ବିଭିନ୍ନ ଫିଲ୍ମ ହଲରେ ଦର୍ଶକଙ୍କ ଭଲ ପାଇବା ସାଉଁଟିବା ପରେ ପରେ, ଓଡ଼ିଆ ହାଇ-ଆକ୍ସନ ଫିଲ୍ମ ‘ଘମାଘୋଟ୍’ ଏବେ ଉପଲବ୍ଧ ହେବ ଆଓ ନେକ୍ସଟରେ । ଆସନ୍ତା ସେପ୍ଟେମ୍ବର ୨୨ରୁ ଓଡ଼ିଶାର ଲୋକପ୍ରିୟ ଷ୍ଟ୍ରିମିଂ ପ୍ଲାଟଫର୍ମ ଆଓ ନେକ୍ସଟରେରେ ପ୍ରିମିୟର ହେବାକୁ ଯାଉଛି ‘ଘମାଘୋଟ୍’ ।

କୌସ୍ତଭ ଡ୍ରିମୱାର୍କ୍ସ ଷ୍ଟୂଡିଓ ଅଧୀନରେ, ‘ଆଓ ନେକ୍ସଟ’ର ସିଇଓ ତଥା ପ୍ରତିଷ୍ଠାତା କୌଶିକ ଦାସଙ୍କ ଦ୍ୱାରା ପ୍ରଯୋଜିତ ଓ ନିର୍ଦେଶକ ରାଜା ଡିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଘମାଘୋଟ୍’ ଗତ ମାର୍ଚ୍ଚ ମାସରେ ଓଡ଼ିଶାର ଫିଲ୍ମ ହଲରେ ରିଲିଜ ହୋଇ ବକ୍ସ ଅଫିସରେ ହିଟ୍ ହୋଇଥିଲା । ଜବରଦସ୍ତ ଡ୍ରାମା ଏବଂ ଆକର୍ଷଣୀୟ କାହାଣୀ ସହିତ ଏହି ଫିଲ୍ମଟି ରାଜ୍ୟରେ ଗ୍ୟାଙ୍ଗ ୱାରର ଅନ୍ଧାର ଦୁନିଆର ଗଭୀରତାକୁ ଅତି ସରଳ ଭାବରେ ଦର୍ଶକଙ୍କ ପାଖରେ ପହଞ୍ଚାଇ ଥିଲା ।

ନିର୍ଦ୍ଦେଶକ ରାଜା ଡି କହିଛନ୍ତି ଯେ, ଫିଲ୍ମର ସବୁ ଆକ୍ସନ୍ ସିକ୍ୱେନ୍ସ ଗୁଡ଼ିକ ଷ୍ଟଣ୍ଟ୍ ଡବଲ୍ସ କିମ୍ବା ରସି ବିନା ପ୍ରଦର୍ଶନ କରାଯାଇଥିଲା, ଯାହା ଫାଇଟ ଦୃଶ୍ୟଗୁଡ଼ିକୁ ଅତ୍ୟନ୍ତ ଜୀବନ୍ତ ଏବଂ ବାସ୍ତବବାଦୀ କରିଥିଲା, ହେଲେ କଳାକାରଙ୍କ ସୁରକ୍ଷା ଆମର ଏକ ସର୍ବୋଚ୍ଚ ପ୍ରାଥମିକତା ଥିଲା, ସେଥିପାଇଁ ସୁଟିଂ ସମୟରେ ଦୁର୍ଘଟଣା ସମ୍ପର୍କୀୟ ସମସ୍ତ ଅଭିନେତା ଓ ଅନ୍ୟ କଳାକାରଙ୍କୁ ବୀମାଭୁକ୍ତ କରାଯାଇଥିଲା।

ଫିଲ୍ମରେ ଅଭିଷେକ ପଣ୍ଡା, ଦୀପକ ପରିଡା, ବିଶ୍ୱଜିତ ରାଉତ, ଜଣ୍ଟି, ଆକାଶ ହୋତା, ଆକାଶ ରାଉତ, ସନ୍ଦୀପ ମିଶ୍ର, ସନୋଜ କୁମାର, ଗୋଲଡି ଦାସ, ଶକ୍ତି, ଶମ୍ଭୁ, ରାଜେଶ କୁମାର ସାହୁ, ତପି ମିଶ୍ର, ଆଇମନ୍ ପ୍ରଧାନ, ଶୈଳେନ୍ଦ୍ର ସାମନ୍ତରାୟ ଏବଂ କ୍ରୀଷ୍ଣା କରଙ୍କ ପରି ପ୍ରତିଭାଶାଳୀ କଳାକାର ମାନେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ।

ପ୍ରଯୋଜକ କୌଶିକ ଦାସ ଫିଲ୍ମର ସଫଳତା ଉପରେ ଆଲୋକପାତ କରି କହିଛନ୍ତି ଯେ, ନୂଆ କଳାକାରଙ୍କ ସହ ଅଭିଜ୍ଞ ଅଭିନେତାମାନେ ଆମ ଓଡିଆ ଦର୍ଶକଙ୍କ ପାଇଁ ଏହି କାହାଣୀକୁ ଅତ୍ୟନ୍ତ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ ଯେଉଁଥିପାଇଁ ଫିଲ୍ମଟି ହଲରେ ଦର୍ଶକଙ୍କ ଭଲ ପାଇବା ସାଉଁଟିଥିଲା । ଯେଉଁ ଦର୍ଶକ ମାନେ ଫିଲ୍ମଟିକୁ ହଲରେ ଦେଖିପାରିନଥିଲେ, ସେମାନେ ଏବେ ସେପ୍ଟେମ୍ବର ୨୨ରୁ ଆଓ ନେକ୍ସଟରେ ସ୍ୱତନ୍ତ୍ର ଭାବରେ ଏହି ଓଡ଼ିଆ ହାଇ-ଆକ୍ସନ ଫିଲ୍ମ ଦେଖିପାରିବେ ।

Leave A Reply

Your email address will not be published.