ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ “ରଙ୍ଗଶୁର” ର ଟ୍ରିଜର, ଜାନୁଆରୀ ୧୨ରେ ମୁକ୍ତିଲାଭ
ଭୁବନେଶ୍ବର (ଆମ ଟିଭି): ମୁନ୍ ଟିଭି ଏବଂ ପ୍ରକାଶ ଫିଲ୍ମସ୍ ର ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଫିଲ୍ମ “ରଙ୍ଗଶୁର’’ର ଟ୍ରେଲର ବହୁତ ଲୋକାଦୃତ ହେବା ପରେ ଟ୍ରିଜର ମଧ୍ୟ ରିଲିଜ୍ ହୋଇ ବେଶ ପ୍ରଶଂସନୀୟ ହୋଇପାରିଛି l ତେବେ ଆସନ୍ତା ୧୨ ଜାନୁଆରୀ ନୂଆ ବର୍ଷ ଉପଲକ୍ଷେ ସାରା ଓଡ଼ିଶା ଦେଖିବ ରଙ୍ଗଶୁର l ଏହାର ଟ୍ରେଲର ଆଇ.ଏଫ.ଏଫ. ଆଇ ରେ ସ୍କ୍ରିନଂ ହୋଇ ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରଶଂସା ସାଉଁଟିଛି l ବହୁ ରାଜନିତୀଜ୍ଞ ଓ ଚଳଚ୍ଚିତ୍ର ଜଗତରେ ଥିବା ବିଶିଷ୍ଟ ବ୍ୟକ୍ତିଙ୍କ ପାଖରୁ ଢେର ପ୍ରସଂଶା ସାଉଁଟିବା ସହିତ ରଙ୍ଗଶୁର ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ରିଲିଜ କରାଯିବ ବୋଲି ପ୍ରଯୋଜକ ମତ ରଖିଛନ୍ତି l
ମୁନ୍ ଟିଭି, ପ୍ରକାଶ ଫିଲ୍ମ୍ସ ଓ ମ୍ୟାକ୍ସିମିନିଆ ଫିଲ୍ମ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି । ରଙ୍ଗଶୁର ର ପ୍ରଯୋଜନା ସଚ୍ଚିକାନ୍ତ ଜେନା କରିଥିବା ବେଳେ ପ୍ରଶାନ୍ତ ବେହେରା, ପ୍ରତାପ ରାଉତ ଓ ସୁନୀଲ ୟାଦବ ଏହାର ସହ ପ୍ରଯୋଜନା କରିଛନ୍ତି l ଏକାଧାରରେ କାହାଣୀ, ଚିତ୍ରତ୍ତୋଳନ ଏବଂ ନିର୍ଦ୍ଦେଶନାରେ ଅଛନ୍ତି ବହୁ ଅଭିଜ୍ଞ ଟେକ୍ନିସିଆନ ପ୍ରତାପ ରାଉତ। ନୂତନ ବର୍ଷ ତଥା ମକର ସଂକ୍ରାନ୍ତି ଉପଲକ୍ଷେ ରଙ୍ଗଶୁର ମୁକ୍ତିଲାଭ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି l
ମୁନ୍ ଟିଭି ମୁଭିଜ୍ ର ପ୍ରଯୋଜକ ସଚ୍ଚିକାନ୍ତ ଜେନା ପୂର୍ବରୁ ୨୫ଟି ଓଡ଼ିଆ ସିନେମା ପ୍ରଯୋଜନା କରିସାରିଥିବା ବେଳେ ପ୍ରକାଶ ଫିଲ୍ମସ୍ର ପ୍ରଯୋଜକ ପ୍ରଶାନ୍ତ ବେହେରା ଏବଂ ସୁନୀଲ କୁମାର ଯାଦବ ପୂର୍ବରୁ ପ୍ରାୟ ୫ ଟି ଓଡିଆ ଚଳଚ୍ଚିତ୍ର ପ୍ରଯୋଜନା କରିଥିବାବେଳେ ଏକାଧିକ ଓଡ଼ିଆ, ହିନ୍ଦୀ, ଇଂରାଜୀ ଏବଂ ତେଲୁଗୁ ଫିଲ୍ମର ବିତରଣ କରିସାରିଛନ୍ତି । ‘ବାହୁବଳି’ ଭଳି ବଡ଼ ସିନେମାର ବିତରକ ଥିଲେ ପ୍ରକାଶ ଫିଲ୍ମସ l ରଙ୍ଗଶୁରର କ୍ରୀଏଟିଭ୍ ହେଡ୍ ରହିଛନ୍ତି ପ୍ରଣୟ ଜେଠୀ ଯିଏ କି ୧୫୦ରୁ ଅଧିକ ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ରର ପ୍ରଚାର ପ୍ରସାର ଦାୟିତ୍ୱ ସଂପାଦିତ କରି ବେଶ୍ ଲୋକପ୍ରିୟତା ହାସଲ କରିସାରିଛନ୍ତି l
ରଙ୍ଗ-ସୁର ଓଡ଼ିଆ ପରମ୍ପରାର ଏକ ପ୍ରାଚୀନ ଲୋକକଳା ନୃତ୍ୟ ବାଘ ନାଚ । ବିଲୁପ୍ତ ପ୍ରାୟ ବାଘ ନାଚ ଉପରେ ଆଧାରିତ ଏ କଥାଚିତ୍ରର କାହାଣୀ ରଂଗାଶୁର l ବାପା ଏବଂ ଝିଅ ଏହାର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ଦୁହେଁ ବାଘ ନାଚ କଳାକୁ କେମିତି ପୁନରୁଦ୍ଧାର କରିପାରିବେ ସେମିତି ଏକ କାହାଣୀକୁ ନେଇ ଚଳଚ୍ଚିତ୍ର “ରଙ୍ଗ-ସୁର’। ଅଭିନୟରେ ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସମରେଶ ରାଉତରାୟ, ଜ୍ୟୋତି, ଶୁଭାଶିଷ, ଦୀପନ୍ବିତ, ସୂର୍ଯ୍ୟମୟୀ ଏବଂ ଶୁଭଶ୍ରୀ ପ୍ରମୁଖ ଅଛନ୍ତି। ସ୍କ୍ରିପ୍ଟ ହିମାଂଶୁ ଏବଂ ଶତ୍ରୁ ଲେଖିଥିବା ବେଳେ ସଂଳାପ ରଚନା କରିଛନ୍ତି ଡଃ ରଜନୀ ରଞ୍ଜନ। ସଙ୍ଗୀତ ନିର୍ଦ୍ଦେଶନା ଗୌରବ ଆନନ୍ଦ ଏବଂ ବାନି। ଚଳଚ୍ଚିତ୍ରଟି ଆସନ୍ତା ଜାନୁଆରୀ ମାସ ୧୨ ତାରିଖରେ ମୁକ୍ତିଲାଭ କରିବ ତେଣୁ ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀଙ୍କ ମନରେ ଉତ୍ସାହ ଦେଖାଯାଉଛି l