ପଚାଶ ଦିନରେ ପହଞ୍ଚିଲା ଓଡ଼ିଆ ଚଳଚ୍ଚିତ୍ର “ଦଶମ”*
ତରୁଣ ବୟସର ପିଲାଙ୍କ ପାଇଁ ମନୋରଞ୍ଜନର ଖୁରାକ ଯୋଗାଇ ବହୁତ ଚର୍ଚ୍ଚା ରେ ଏବେ ଯୁବ ସିନେ ନିର୍ଦ୍ଦେଶକ ରାଜା ଡ଼ି । ଅନେକ ସଫଳ ମ୍ୟୁଜିକ ଭିଡ଼ିଓ ନିର୍ଦ୍ଦେଶନା ଦେଇ ମ୍ୟୁଜିକ ଭିଡିଓ ଦୁନିଆ ରେ ଗୋଟେ ପରିବର୍ତ୍ତନ ଆଣିବା ସହିତ ଅନେକ କଳାକାର ସୃଷ୍ଟି କରିଥିଲେ ରାଜା ଡ଼ି । ବର୍ତ୍ତମାନ ର ଡ୍ୟାନସିଂ ଷ୍ଟାର ଶୈଳେନ୍ଦ୍ର ସାମନ୍ତରାୟ, ନୀଳାକ୍ଷୀ ପାତ୍ର, ଆକାଶ ହୋତା, ଫନି ପ୍ରକାଶ, ଅର୍ମାନ ମହାନ୍ତି, ବଣ୍ଟି, ଜ୍ୟୋତି, ସିମ୍ରନ, ସୁମନ ପଟ୍ଟନାୟକ, ସୁଶାନ୍ତ ଦାସ ମହାପାତ୍ର, ସନ୍ତୁ ନିଜେ, ରବି ମିଶ୍ର ପ୍ରମୁଖଙ୍କୁ କଳାକାରଙ୍କୁ ନେଇ “ଦଶମ” ନାମକ ଏକ ଚଳଚ୍ଚିତ୍ର ନିର୍ମାଣ କରି ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି ।

ଅନେକ ବର୍ଷ ପରେ ପ୍ରେକ୍ଷାଳୟରେ ପଚାଶ ଦିନ ରେ ପହଞ୍ଚିଲା ସିନେମା “ଦଶମ” । କଳ୍ପନା ଛକ ନିକଟସ୍ଥ ପି.ଭି.ଆର ରେ ପଚାଶ ଦିନ ପୂର୍ତ୍ତି ଅବସରରେ ଏକ ସେଲିବ୍ରେସନ ହୋଇଥିଲା । ଏହି ସେଲିବ୍ରେସନ ରେ ଦଶମ ର ପ୍ରଯୋଜକ ଦୀପକ କୁମାର ଜେନା,ନିର୍ଦ୍ଦେଶକ ରାଜା.ଡିଙ୍କ ସହ ପୁରା ଟିମ ଓ ଓଲିଉଡ଼ ର ଅନେକ କଳାକାର, ଫ୍ୟାନ ଙ୍କ ସମେତ ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ଉପସ୍ଥିତ ଥିଲେ ।
ତରୁଣ ବୟସ ର ପିଲାଙ୍କ ପାଇଁ ପରିକଳ୍ପନା କରି ନିର୍ମାଣ କରିଛନ୍ତି ନିର୍ଦ୍ଦେଶକ ହେଲେ ସବୁ ବର୍ଗର ଦର୍ଶକଙ୍କଠୁ ପ୍ରଶଂସା ମିଳୁଛି । ଦଶମ ଚଳଚ୍ଚିତ୍ରରେ ଓଡ଼ିଆ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ କଣ୍ଠ ସ୍ୱର ର ଶୀର୍ଷକ ଗୀତଟି ଯାଦୁ ଶ୍ରୋତା ଙ୍କୁ ବିମୋହିତ କରିଛି । ଗୋଟିଏ ପରେ ଗୋଟିଏ ହିଟ୍ ଦେଇଆସୁଥିବା ଯୁବ ନିର୍ଦ୍ଦେଶକ ରାଜା ଡି ଙ୍କର ଏକ ନିଆରା ପରିକଳ୍ପନା ରେ ନିର୍ମିତ ଚଳଚ୍ଚିତ୍ର ଦଶମ ର ପ୍ରଯୋଜନା କରିଛନ୍ତି ଦୀପକ କୁମାର ଜେନା, ସହ-ପ୍ରଯୋଜନା କରିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ, କୌଶିକ ଦାସ ଏବଂ ରାମ ପଟ୍ଟନାୟକ । ଦଶମ ଚଳଚ୍ଚିତ୍ର ରେ ଏକା ସାଙ୍ଗରେ ୭ ଜଣ ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ, କ୍ରିତ ପ୍ରିୟୋ, ସନ୍ଦୀପ ପଣ୍ଡା, ଶୁଭ୍ରଜିତ ମହାନ୍ତି, ବିଜୟ ରଥ, ସୁବ୍ରତ ବେହେରା ଏବଂ ଅନୁରାଗ ପଟ୍ଟନାୟକ ଥିବା ବେଳେ ସୁପରଷ୍ଟାର ବାବୁସାନ ମହାନ୍ତି, ଅନନ୍ୟା ଶ୍ରୀତମ ନନ୍ଦ, କୁଲଦୀପ ପଟ୍ଟନାୟକ, ବିରାଜ, ଗୌରବ ଆନନ୍ଦ, ଆଶ୍ରିତା, ସୌଜନ୍ୟ, ସୌରଭ, ଆଶୁତୋଷ, ସନ୍ଧ୍ୟାରାଣୀ, ସନ୍ଦୀପ ପଣ୍ଡା, ଶୈଳେନ୍ଦ୍ର ଏବଂ ସଞ୍ଜୀବ କୁମାର କଣ୍ଠଦାନ କରିଛନ୍ତି । ଦଶମ ରେ ସମୁଦାୟ ୯ ଟି ଗୀତ ରହିଛି ଏବଂ ସମସ୍ତ ଗୀତ ଗୁଡିକୁ ଲେଖିଥିବା ଗୀତିକାର ମାନେ ହେଲେ ସିରାଜ ରଥ, ରଞ୍ଜନ, ସୌମ୍ୟ ରଞ୍ଜନ ପଣ୍ଡା, ସନ୍ଦୀପ ପଣ୍ଡା, ଜେ ପି ୱାର୍ଡସ୍ମିଥ, ରାଜେଶ ଦାସ ଏବଂ କୁମାରଶ୍ରୀ ସାହୁ ।

ତେବେ ଦଶମ ଚଳଚ୍ଚିତ୍ର ରେ ଯେତେ ଜଣ ଚରିତ୍ରଙ୍କୁ ନେଇ ନିର୍ମାଣ ହୋଇଛି ସମସ୍ତେ ନାବାଳକ ଓ ନାବାଳିକା । ସ୍କୁଲ ବେଳର କିଛି ଖଟା ମିଠା କଥା, ଦଶମ ଶ୍ରେଣୀର କିଛି ଅନୁଭୂତିକୁ ନେଇ ଚଳଚ୍ଚିତ୍ର ଦଶମ ଦୀର୍ଘ ପଚାଶ ଦିନରେ ମଧ୍ୟ ଦର୍ଶକାଦ୍ରୁତ ହୋଇପାରିଛି । କାହାଣୀ ଓ ସଂଳାପ କୁମାରଶ୍ରୀ ସାହୁ ଏବଂ ରାଜା ଡି । ଡିଓପି ବିଶ୍ୱଜିତ କୁଲ୍ଟି, ସମ୍ପାଦନା କେଡ଼ି ସିପୁନ, ନୃତ୍ୟ ନିର୍ଦ୍ଦେଶନା ଦିବ୍ୟ, ଡି ଦୀପକ ଏବଂ ରାଜା ଡି ।
ଚଳଚ୍ଚିତ୍ର ର ମୁଖ୍ୟ ଚରିତ୍ର ରେ ଶୈଳେନ୍ଦ୍ର ସାମନ୍ତରାୟ, ଆକାଶ ହୋତା, ଫନି ପ୍ରତୀକ, ଅର୍ମାନ ମହାନ୍ତି, ବଣ୍ଟି, ଜ୍ୟୋତି, ନୀଳାକ୍ଷୀ ପାତ୍ର, ସିମ୍ରନ, ସୁମନ ପଟ୍ଟନାୟକ, ସୁଶାନ୍ତ ଦାସ ମହାପାତ୍ର, ସନ୍ତୁ ନିଜେ, ବାପି ଖୋର୍ଦ୍ଧା ଟୋକା ଏବଂ ଅଭିଜ୍ଞ ରବି ମିଶ୍ର ଅଛନ୍ତି ।
ପ୍ରମୋସନାଲ ଗୀତ ଟି ଅସୀମା ପଣ୍ଡା ଙ୍କ ସହିତ ଅନୁଗୁଳିଆ ବଣ୍ଟି ଗାଇଛନ୍ତି, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ପଟ୍ଟନାୟକ ଏବଂ ଅଭିନୟ ରେ ଗୁଲୁଆ ଅଛନ୍ତି ।
ସୋସିଆଲ ମିଡ଼ିଆ ରେ ଦଶମ ଜୋରସୋର ଚର୍ଚ୍ଚା ରେ ଥିବାବେଳେ ଦର୍ଶକ ପ୍ରେକ୍ଷାଳୟରେ ଦେଖିବାକୁ ଖୁବ ଆଗ୍ରହୀ ହେଉଛନ୍ତି ଅତି କମରେ ୧୦୦ ଦିନ ଚାଲିବ ବୋଲି ପୁରା ଟିମ୍ ଆଶା ପ୍ରକଟ କରିଛନ୍ତି।