ସଂଗୀତ ପରିବେଷଣ ଅନୁମତି ମିଳିବାରୁ “ଓମୱ।” ର କୃତଜ୍ଞତା ସଭା
ଓଡ଼ିଶା ସରକାର ସମସ୍ତ ସଂଗୀତ ଭିତିକ କାର୍ଯ୍ୟକ୍ରମ ପରିବେଷଣ ର ଅନୁମତି ଦେଇଥିବାରୁ ଓଡ଼ିଆ ମ୍ୟୁଜିକ ଆର୍ଟିଷ୍ଟ ଓ୍ବେଲଫେୟାର ଆସୋସିଏସନ୍ ପକ୍ଷରୁ ଏକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ ସମାରୋହ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ମୁଖ୍ୟମନ୍ତ୍ରୀ , ସଂସ୍କୃତି ମନ୍ତ୍ରୀ,ବିଧାୟକ ପ୍ରଣବ ପ୍ରକାଶ ଦାସ ,ସ୍ପେସିଆଲ୍ କମିସନର ପ୍ରଦୀପ କୁମାର ଜେନାଙ୍କୁ ସଂଘ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ। ପଞ୍ଜାବୀ ବାଜା ତାଳେ କଳାକାରମାନେ ଖୁସିରେ ଝୁମିବା ସହ,ଅବିର ଖେଳି ମିଠା ଖୁଆଖୁଇ ହୋଇଥିଲେ ଓ ଆଗାମୀ ଦିନରେ କଳାକାର ମାନେ ସାମୁହିକ ବିକାଶ ପାଇଁ ଏକତ୍ରିତ ହୋଇ କାମ କରିବେ ବୋଲି ସଂକଳ୍ପ ନେଇଥିଲେ। ଏହି ଅବସରରେ ଓମୱ। ର କାର୍ଯ୍ୟକାରୀ ସଭାପତି ସୈ।ରଭ ନାଏକ,ଉପ ସଭାପତି ବିଭୁ କିଶୋର,ଯୁଗ୍ମ ସମ୍ପାଦକ ଅରୁଣ ମନ୍ତ୍ରୀ,ଓମୱ।ର ଆବାହକ ନିରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
