ଓଡିଶା ଠିକାଦାର ମହାସଂଘ ମିଳିତ ମଞ୍ଚର ଆନ୍ଦୋଳନର ସମାପ୍ତି

0

ଭୁବନେଶ୍ବର (ଆମ ଟିଭି): ଆଜି ତା ୧୪/୦୩/୨୦୨୬ ରିଖରେ ଓଡିଶା ଠିକାଦାର ମହାସଂଘ ମିଳିତ ମଞ୍ଚର ଏକ ପ୍ରେସ୍ ମିଟ୍ Dharanastala, Lower PMG ଠାରେ ଆୟୋଜନ କରାଯାଇଥିଲା | ଦୀର୍ଘ ୨୩ ଦିନ ଧରି ଠିକାଦାରମାନେ ରାଜରାସ୍ତା ରେ ଯେଉଁ ଆନ୍ଦୋଳନ ଚାଲିଥିଲା ଆଜି ତାର ସମାପ୍ତି­ ଘଟିଛି |

ଠିକାଦାର ମାନଙ୍କର ଆଠ ଦଫା ଦାବି କୁ ମାନ୍ୟବର ପୂର୍ତ୍ତ ମନ୍ତ୍ରୀ ସବିଶେଷ ଆଲୋଚନା କରି ଆଠ ଟି ଯାକ ଦାବିକୁ ସୂଚାରରୂପେ ସମାଧାନ କରି ଗତକାଲି ଲିଖିତ ପ୍ରତିଶୃତି ମାଧ୍ୟମରେ ଜଣାଇଥିଲେ | ଠିକାଦାରମାନଙ୍କ ଆଠ ଦଫା ଦାବିକୁ ଛାଡି ମାନ୍ୟବର ମନ୍ତ୍ରୀ ଆହୁରି ଅନେକ ଗୁଡିଏ ଉତ୍ତମ ବ୍ୟବସ୍ତା ଠିକାଦାରମାଙ୍କ ପାଇଁ କରିଛନ୍ତି ଯଥା – କଣ୍ଟ୍ରାକଟର ମାନଙ୍କର ଲାଭ Estimate ରେ ୧୦% କୁ ବୃଦ୍ଧି , Joint Venture ଓ Sublet ର ବ୍ୟବସ୍ତା କୁ ସ୍ୱୀକୃତି ଦେଇଛନ୍ତି ,ପ୍ରତି ବର୍ଷ ଏପ୍ରିଲ ମାସ ରେ SOR ର ରିଭିଜନ ପାଇଁ ବ୍ୟବସ୍ତା କରିଛନ୍ତି |

ଠିକାଦାର ସଂଘ ଏଥି ପାଇଁ ମାନ୍ୟବର ମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି |ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂହ ମହୋଦୟ ଏବଂ ବିଜେପି ର ବରିଷ୍ଠ ନେତା , ଶ୍ରୀ ଜଗନ୍ନାଥ ପ୍ରଧାନ ଠିକାଦାର ମାନଙ୍କ ଦାବି ପୂରଣ ପାଇଁ ମନ୍ତ୍ରୀଙ୍କ ସହ ଯୋଗ ଯୋଗ ଓ ଆଲୋଚନା କରିଥିବାରୁ ଠିକାଦାର ସଂଘ ସେମାନେ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି|

ଶେଷରେ ଓଡିଶାର ୩୦ଟି ଜିଲ୍ଲାରୁ ଆସିଥିବା ଠିକାଦାର ମାନଙ୍କୁ ତାଙ୍କର ଧର୍ଯ୍ୟ ଓ ସଂଘ ସହ ଯୋଡି ହୋଇ ରହିଥିବାରୁ ସଂଘ ତାଙ୍କୁ ଧନ୍ୟବାଦ ଜଣାଇଛି|

ଏହି ମିଟିଙ୍ଗକୁ ସଭାପତି ,ଶ୍ରୀ ଅନିଲ କୁମାର ମହାଲିକ, ସାମ୍ପଦକ ,ଶ୍ରୀ ଦିଲ୍ଲୀପ କୁମାର ଜେନା, AOCA ଅଧ୍ୟକ୍ଷ, ପ୍ରଭାତ ଦାସ, ବୈଦ୍ୟୁତିକ ସଂଘ ସଭାପତି, ଆଶିଷ କୁମାର ସୋମ, ସମ୍ପାଦକ, ଭଗବାନ ବିଶ୍ୱାଳ ଓ ଚନ୍ଦନ ଶତପଥି ପରିଚାଳନା କରିଥିଲେ |

Leave A Reply

Your email address will not be published.