୭ ଦିନିଆ ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ

0

ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ। ଏପ୍ରିଲ ୧୯ରୁ ୨୬ ତାରିଖ ଯାଏ ୭ ଦିନିଆ ବିଦେଶ ଗସ୍ତ କରିବେ। ଆଜି ଅନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଫ୍ଲାଗଅପ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ମୋଟ ୧୪ ଜଣ କୃଷକ ଓ ୧୪ଜଣ ଅଫିସର ଏହି ଗସ୍ତରେ ଯାଉଛନ୍ତି।

ସପ୍ତାହ ବ୍ୟାପୀ ସେମାନେ କୃଷି ଭିତ୍ତିକ ଶିଳ୍ପ, କୃଷି ଅନୁସନ୍ଧାନ କେନ୍ଦ୍ର ପରିଦର୍ଶନ, ଛତୁ ଉତ୍ପାଦନ, ଆଧୁନିକ ପ୍ରଣାଳୀରେ ଉନ୍ନତ ଧାନ ଚାଷ ଏବଂ ଜଳବାୟୁ ସହନଶୀଳ କୃଷି ପଦ୍ଧତି ଶିଖିବାର ସୁଯୋଗ ପାଇବେ। ସେପଟେ ଚାଷୀଙ୍କ ଉତ୍ପାଦନ ଓ ବ୍ୟବସାୟକୁ ଦୁଇ ଗୁଣିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ମାଲେସିଆ ଗସ୍ତ ସମୟରେ ପ୍ରତି ଦିନର ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଉଭୟ ଚାଷୀ ଓ ଅଫିସରଙ୍କୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।

ଓଡିଶା ଫେରିବା ପରେ ୩ଦିନ ମଧ୍ୟରେ ସମସ୍ତ ରିପୋର୍ଟ ବିଭାଗରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଅଫିସରମାନେ ରିପୋର୍ଟ ଦାଖଲ ନକରିବେ ତେବେ ପଦନ୍ନୋତି ସମୟରେ ଏହାକୁ ନଜରରେ ରଖାଯିବ ବୋଲି ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.