ବିଧାନସଭାରେ ପାରିତ ହେଲା ଓଡ଼ିଶା ଅଗ୍ନିଶମ ସଂଶୋଧନ ବିଲ୍ ୨୦୨୨

0

ଭୁବନେଶ୍ବର (ଆମ ଟିଭି): ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । ଆଜି ତୃତୀୟ କାର୍ଯ୍ୟ ଦିବସରେ ପାରିତ ହୋଇଛି ଓଡ଼ିଶା ଅଗ୍ନିଶମ ସଂଶୋଧନ ବିଲ୍ ୨୦୨୨। ଶୀତ ଅଧିବେଶନର ତୃତୀୟ ଦିନରେ ଓଡ଼ିଶା ଅଗ୍ନିଶମ ସେବା ସଂଶୋଧନ ବିଲ ପାରିତ ହୋଇଯାଇଛି। ଏଥି ସହିତ ଚଳିତ ଶୀତକାଳୀନ ଅଧିବେଶନର ତୃତୀୟ ଦିନର ବିଧାନସଭା କାର୍ୟ୍ୟ ଶେଷ ହୋଇଯାଇଛି। ଏହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଆସନ୍ତା ସୋମବାର ଦିନ ସକାଳ ୧୦ଟା ୩୦ ପର୍ୟ୍ୟନ୍ତ ମୁଲତବି ରଖିଛନ୍ତି।

ଓଡ଼ିଶାରେ ଅଗ୍ନି ନିରୋଧ ଓ ଅଗ୍ନିନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ ଓଡ଼ିଶା ଅଗ୍ନିଶମ ସେବା ଅଧିନିୟମ ୧୯୯୩ ପ୍ରଣୟନ ହୋଇ କାର୍ୟ୍ୟକାରୀ ହୋଇଆସୁଛି। ଇତିମଧ୍ୟରେ ଅଗ୍ନିଶମ ସେବାର କାର୍ୟ୍ୟ ପରିସର, ଦାୟିତ୍ବବୋଧ ଆଶାତୀତ ଭାବେ ବୃଦ୍ଧି ହୋଇଅଛି। ପ୍ରାକୃତିକ ତଥା ମନୁଷ୍ୟକୃତ ବିପର୍ୟ୍ୟୟ ସମୟରେ ଅଗ୍ନିଶମ ବାହିନୀ ପ୍ରଥମେ ସେବା ଯୋଗାଇଥାନ୍ତି। ଏହି ପରିପ୍ରେକ୍ଷୀରେ ଭାରତ ସରକାର ଏକ ସଂଶୋଧନ ଆଦର୍ଶ ବିଲ୍ ପ୍ରସ୍ତୁତ କରି ସମସ୍ତ ରାଜ୍ୟମାନଙ୍କୁ ସୁପ୍ରଚଳିତ ଅଧିନିୟମ ତଥା ନିୟମାବଳିକୁ ଆବଶ୍ୟକ ମତେ ସଂଶୋଧନ କରିବା ନିମନ୍ତେ ଅନୁରୋଧ କରିଅଛନ୍ତି। ତଦନୁଯାଇ ଓଡିଶା ଅଗ୍ନିଶମ ସେବା ଅଧୁନିୟମ, ୧୯୯୩ର ସଂଶୋଧନ ନିମନ୍ତେ ଏକ ଚିଠା ବିଲ, ଯଥା ଓଡିଶା ଅଗ୍ନିଶମ ସେବା (ସଂଶୋଧନ ) ବିଲ, ୨୦୨୨, ନିମ୍ନଲିଖତ ବ୍ୟବସ୍ଥା ଥାଇ ପ୍ରସ୍ତୁତ କରାଯାଇଅଛି।

ଏଣିକି କମ୍ପାନୀ ଗୁଡ଼ିକ ଅଗ୍ନିଶମ ସୁରକ୍ଷା ପ୍ରଣାମ ପତ୍ର ରଖିବାରେ ବିଫଳ ହେଲେ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି। ଏହି ବିବାଦର ଆପୋଷ ସମାଧାନ କରିବା ପାଇଁ ଏଥିରେ ବ୍ୟବସ୍ଥା ରହିଛି । ଅଗ୍ନିଶମ ସେବା ନିର୍ଦେଶକ କିମ୍ବା ଅନ୍ୟ ପ୍ରାଧିକୃତ ଅଧିକାରୀ ଦ୍ବରା ଜାରି ବିଜ୍ଞପ୍ତି ଆଦେଶ ଅଧିଗ୍ରହଣକୁ ପାଳନ କରିବାରେ ଅସମର୍ଥ ହେଲେ ଏହା ଆପୋଷ ସମାଧାନ ଭୁକ୍ତ ହେବ ନାହିଁ।

 

Leave A Reply

Your email address will not be published.