ଅନ୍ୟ ରାଜ୍ୟର ନକ୍ସଲଙ୍କୁ ଆତ୍ମସମର୍ପଣର ଆହ୍ୱାନ ଦେଲେ ଓଡିଶା ସରକାର

0
ଭୁବନେଶ୍ବର (ଆମ ଟିଭି): ଓଡ଼ିଶା ସରକାର ନକ୍ସଲମୁକ୍ତ ଦେଶ ପାଇଁ ନୂଆ ରୋଡ୍‌ମ୍ୟାପ୍ ଘୋଷଣା କରିଛନ୍ତି । ଏହି ରୋଡ୍‌ମ୍ୟାପ୍ ଦ୍ୱାରା ଅନ୍ୟ ରାଜ୍ୟର ନକ୍ସଲଙ୍କୁ ଆତ୍ମସମର୍ପଣର ଆହ୍ୱାନ ଦିଆଯାଇଛି । ୨ ମାସରେ ଦ୍ୱିତୀୟ ଥର ପାଇଁ ସଂଶୋଧିତ ହେଲା ପ୍ୟାକେଜ୍ । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଆତ୍ମସମର୍ପଣ କରୁଥିବା ନକ୍ସଲଙ୍କୁ ୬୦ ଦିନ ସୁଦ୍ଧା ଥଇଥାନ ସୁବିଧା ମିଳିବ ।
 
ଏହି ପ୍ୟାକେଜ୍‌ରେ ନକ୍ସଲଙ୍କୁ ମୁଣ୍ଡଜାମିନ ପୁରସ୍କାର ରାଶିକୁ ଅତ୍ୟଧିକ ବୃଦ୍ଧି କରାଯାଇଛି । କେନ୍ଦ୍ରୀୟ କମିଟି ବା ପଲିଟବ୍ୟୁରୋ ସଭ୍ୟଙ୍କୁ ସର୍ବାଧିକ ୧.୧୦ କୋଟି ଟଙ୍କା ପୁରସ୍କାର ରଖାଯାଇଛି। ରାଜ୍ୟ କମିଟି ସଭ୍ୟଙ୍କୁ ୫୫ ଲକ୍ଷ ଟଙ୍କା ଓ ଆଂଚଳିକ କମିଟି ସଭ୍ୟଙ୍କୁ ୩୩ ଲକ୍ଷ ଟଙ୍କା ପୁରସ୍କାର ରଖାଯାଇଛି।
Odisha Govt calls on Naxalites in other States to surrender
 
ଏହା ସହିତ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରୁଥିବା କ୍ୟାଡର୍‌ଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯାଇଛି। ଏଲ୍‌ଏମ୍‌ଜି ବନ୍ଧୁକ ପାଇଁ ୪.୯୫ ଲକ୍ଷ ଓ ଏକେ-୪୭ ପାଇଁ ୩.୩୦ ଲକ୍ଷ ଟଙ୍କା ପୁରସ୍କାର ରଖାଯାଇଛି । ଇନସାସ୍ ବା ଏସ୍‌ଏଲ୍‌ଆର୍‌ ରାଇଫଲ୍ ପାଇଁ ୧.୬୫ ଲକ୍ଷ ଟଙ୍କା ଅଲଗା ଦିଆଯିବ । ଗୋଟିଏ ଗ୍ରେନେଡ୍ ପାଇଁ ୫୫୦ ଟଙ୍କା ଓ ପ୍ରତି ଗୁଳି ପାଇଁ ୫୫ ଟଙ୍କା ପୁରସ୍କାର ରଖାଯାଇଛି ।
 
କୌଣସି ଅସ୍ତ୍ର ନଥାଇ ଆତ୍ମସମର୍ପଣ କଲେ ଅତିରିକ୍ତ ୨୫ ହଜାର ଟଙ୍କା ପ୍ରୋତ୍ସାହନ ଦିଆଯିବ । ଏହି ପ୍ୟାକେଜ୍‌ର ଲକ୍ଷ୍ୟ ହେଉଛି ନକ୍ସଲମୁକ୍ତ ଓଡ଼ିଶା ଗଠନ କରିବା । ଚଳିତବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ନକ୍ସଲମୁକ୍ତ କରିବା ଲକ୍ଷ୍ୟରେ ସରକାର କାର୍ଯ୍ୟ କରୁଛନ୍ତି ।
Leave A Reply

Your email address will not be published.