ଭୁବନେଶ୍ୱର (ଆମ ଟିଭି): ୨୦୨୪ ନିର୍ବାଚନ କାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଏହାରି ଭିତରେ ସବୁ ରାଜନ÷ତିକ ଦଳ ସେମାନଙ୍କର ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଏଥିରେ ପଛରେ ପଡ଼ିନି ବିଜେପି । କେନ୍ଦ୍ରମନ୍ତ୍ରୀଙ୍କ ଘନ ଘନ ଗସ୍ତ ଓଡ଼ିଶାକୁ । ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ପରେ ଏବେ କେନ୍ଦ୍ର ସରକାରଙ୍କ ଟାର୍ଗେଟରେ ଓଡ଼ିଶା । ଆଜି କେନ୍ଦ୍ର ।ପଡ଼ାରେ ପହଞ୍ଚିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ନିଶୀଥ ପରମାଣିକ ପହଞ୍ଚି କେନ୍ଦ୍ରାପଡ଼ା ଅଭିମୁଖେ ଯାଇଛନ୍ତି। ସେଠାରେ ଦଳୀୟ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଉଭୟେ ସମୀକ୍ଷା କରିବେ। ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି ଯେ, ଏହି ମନ୍ତ୍ରୀମାନେ କେନ୍ଦ୍ରରୁ ବିଭିନ୍ନ ଯୋଜନା ମାଧ୍ୟମରେ ଆସିଥିବା ଅର୍ଥର ମଧ୍ୟ ସମୀକ୍ଷା କରିବେ ।
ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନହିତକର ଯୋଜନାର କିଭଳି ରୂପାୟନ ହେଉଛି, ହିତାଧିକାରୀମାନଙ୍କ ପାଖରେ ଯୋଜନା ପହଞ୍ଚିଛି କି ନାହିଁ, ତୃଣମୂଳ ସ୍ତରରେ ସ୍ଥିତି କିପରି ରହିଛି ତାହା ଅନୁଧ୍ୟାନ କରାଯିବ। ଏନେଇ ଦୁଇ ମନ୍ତ୍ରୀ ସିଧାସଳଖ ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ। ଏବଂ ତାଙ୍କର ଅସୁବିଧା ସମସ୍ୟା ପଚାରି ବୁଝିବେ ।