ହକି ବିଶ୍ୱ କପ୍ ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ.ଷ୍ଟାଲିନ୍‌ଙ୍କୁ ନିମନ୍ତ୍ରଣ କଲା ଓଡ଼ିଶା

0

ଭୁବନେଶ୍ୱର : ଓଡିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱ କପ୍ ଲାଗି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ଚେନ୍ନାଇଠାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ.ଷ୍ଟାଲିନ୍‌ଙ୍କୁ ସାକ୍ଷାତ କରି ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ସେ ତାମିଲନାଡୁର କ୍ରୀଡାମନ୍ତ୍ରୀ ଉଦୟନାଥ ଷ୍ଟାଲିନ୍‌ଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି ।

ପ୍ରକାଶ ଥାଉକି ହକି ବିଶ୍ୱ କପ୍ ଲାଗି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ଓଡିଶା ନିମନ୍ତ୍ରଣ କରିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ନିଷ୍ପତି ପରେ ୧୯ ଜଣ ମନ୍ତ୍ରୀ ବିଭିନ୍ନ ରାଜ୍ୟକୁ ଯାଇ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପତ୍ର ପ୍ରଦାନ କରିବାକୁ ସ୍ଥିର ହୋଇଥିଲା। ସେହି କ୍ରମରେ ଅତନୁ ସବ୍ୟସାଚୀ ନାୟକ ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଆନୁଷ୍ଠାନିକ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.