ସାରା ଓଡିଶାରେ ମୁକ୍ତିଲାଭ କଲା ଓଡିଆ ଚଳଚ୍ଚିତ୍ର ‘ତୃଷ୍ଣା’

0

ଭୁବନେଶ୍ୱର :ଦୀର୍ଘ ଦିନର ବ୍ୟବଧାନ ପରେ ୨୦୨୨ ଓଡ଼ିଆ ସିନେମା ପାଇଁ ଏକ ଉଲ୍ଲେଖନୀୟ ବର୍ଷ ଥିଲା। କହିବାକୁ ଗଲେ ଓଡ଼ିଆ ସିନେମାର ଏକ ନୂତନ ଯୁଗ ଆରମ୍ଭ ହେଲା ଓ ଅନେକ ଭଲ ଚଳଚ୍ଚିତ୍ର ମୁକ୍ତିଲାଭ କରି ଦର୍ଶକଙ୍କୁ ପ୍ରେକ୍ଷାଳୟ ମୁହାଁ କରାଇଲା ।

ଏହି ଧାରାକୁ ବଜାୟ ରଖି ୨୦୨୩ ପାଇଁ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ନୂଆ ଚଳଚ୍ଚିତ୍ରର ପ୍ରସ୍ତୁତି ପାଇଁ ଅଣ୍ଟା ଭିଡ଼ିଲେଣି । ସେହି ପରିପ୍ରେକ୍ଷୀରେ ଆମର ଷ୍ଟୁଡିଓ ଦ୍ୱାରା ନିର୍ମିତ ତଥା ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ବହୁ ପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର ‘ତୃଷ୍ଣା’ ଜାନୁଆରୀ ୧୯ ରେ ମୁକ୍ତିଲାଭ କରିସାରିଛି । ଏହି ଅବସରରେ ଜାନୁୟାରୀ ୨୦ ରେ ଭୁବନେଶ୍ୱରର ଏସ୍ କମ୍ପଲ୍କସ ସ୍ତୁତି ଠାରେ ଏହାର ସ୍ୱତନ୍ତ୍ର ସ୍କ୍ରିନିଂ କରାଯାଇଛି ।ଏଥିସହ ସାରା ଓଡିଶାରେ ୧୫ଟି ପ୍ରେକ୍ଷାଳୟରେ ମୁକ୍ତି ଲାଭ କରିଛି।

ଜଣେ ସାଧାରଣ ମଣିଷର ଆଶା, ସ୍ୱପ୍ନ ଏବଂ ଆକାଂକ୍ଷାର କାହାଣୀ ଭିତରେ, ବସ୍ତୁବାଦୀ ସମାଜରେ, ଯୋଉଠି ଧନ ହି ସମ୍ମାନର ମାପଦଣ୍ଡ, ସେଇଠି ଗୋଟିଏ କଳାକାର ତା କଳା ପ୍ରତି ସମର୍ପିତ ହୋଇ ରହିପାରିବ ନା ସମାଜ ପାଇଁ ମନୋରଞ୍ଜନର ଏକ ବସ୍ତୁ ହୋଇଯିବ ତାହା ହିଁ ତୃଷ୍ଣାର କାହାଣୀକୁ ଗତିଶୀଳ କରିଥିବା ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି।ଅଭିଷେକ ଗିରି, ଶୈଳେନ୍ଦ୍ର, ବିଘ୍ନେଶ,ଜ୍ୟୋତି ପଣ୍ଡା, ସମରେଶ, ପ୍ରଦ୍ୟୁମ୍ନ ଲେଙ୍କା, ଲିପ୍ସା ମିଶ୍ର, ସୁରମୟୀ ପ୍ରମୁଖଙ୍କ ଦମଦାର ଅଭିନୟରେ ଏହି ଚଳଚ୍ଚିତ୍ରଟି ଜୀବନ୍ତ ହୋଇଛି ।

ଏହି ଚଳଚ୍ଚିତ୍ର ପାଇଁ ଡ. ନିର୍ମଳ ନାୟକ ଓ କୁମାରଶ୍ରୀ ସାହୁ ଗୀତ ରଚନା କରିଥିବା ବେଳେ ଅଭିଜିତ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓ ସ୍ଵୟଂ ପାଢ଼ୀ, ଗୌରବ ଆନନ୍ଦ, କୁଲଦୀପ, ଇଶ୍ୱରୀ, ରୂପକ ପ୍ରମୁଖ କଣ୍ଠଦାନ କରିଛନ୍ତି। ଏହା ସହ ଏଥିରେ ସୁରଜ୍ ମହାନତା ଡିଜିଟାଲ ମୁଖ୍ୟ, ଦେବାଶିଷ ପଣ୍ଡା କଣ୍ଟେଣ୍ଟ ଅଧିଗ୍ରହଣ ମୁଖ୍ୟ ଓ ପ୍ରଣୟ ଜେଠୀ କ୍ରିଏଟିଭ ହେଡ୍ ଦାୟିତ୍ୱରେ ରହିଛନ୍ତି।

Leave A Reply

Your email address will not be published.